ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ନୂଆଦିଲ୍ଲୀ: ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନର ପରାଜୟ ସୁନିଶ୍ଚିତ। ଏକଥା ସ୍ୱୀକାର କରିଛନ୍ତି ଖୋଦ୍‌ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ବିଦେଶୀ ଗଣମାଧ୍ୟମ ଅଲ୍‌ଜଜିରାକୁ ଦେଇଥିବା ଏକ ସା‍କ୍ଷାତ୍‌କାର ଇମ୍ରାନ କହିଛନ୍ତି, ଯଦି ଭାରତ ସହିତ ପାକିସ୍ତାନର ପାରମ୍ପରିକ ଯୁଦ୍ଧ ହୁଏ ତେବେ ପାକିସ୍ତାନର ପରାଜୟ ସୁନିଶ୍ଚିତ।

ବାରମ୍ବାର ଭାରତକୁ ପରମାଣୁ ଆକ୍ରମଣର ଧମକ୍‌ ଦେଉଥିବା ପାକିସ୍ତାନ ଏବେ ଆଗୁଆ ପରାଜୟ ସ୍ୱୀକାର କରି ନିଜର ଦୁର୍ବଳତା ପ୍ରକାଶ କରିଛି।

ଯଦିଓ ପାକିସ୍ତାନ ଯୁଦ୍ଧ ସପକ୍ଷରେ ନାହିଁ କି ପରମାଣୁ ଆକ୍ରମଣ ସପକ୍ଷରେ ନାହିଁ, କିନ୍ତୁ ଯଦି ଯୁଦ୍ଧ ହୁଏ ତେବେ ଏହାର ପରିଣତି ଖୁବ୍‌ ଭୟଙ୍କର ହେବ। ସ୍ୱାଧୀନତା ପାଇଁ ପାକିସ୍ତାନ ମୃତ୍ୟୁ ପର୍ଯ୍ୟନ୍ତ ଲଢ଼ିବ ବୋଲି ଇମ୍ରାନ୍‌ ଖାନ କହିଛନ୍ତି। ଆଉ ଏହି ଯୁଦ୍ଧର ଶେଷ ପରିଣତି ପରମାଣୁ ଯୁଦ୍ଧ ହେବ ବୋଲି ଇମ୍ରାନ ଧମକ୍‌ ଦେଇଛନ୍ତି।

ନିଜକୁ ଶାନ୍ତିବାଦୀ ଓ ଯୁଦ୍ଧବିମୁଖ ବ୍ୟକ୍ତି କହିବା ସହିତ ଯୁଦ୍ଧ ସମସ୍ୟାର ସମାଧାନ କରେନି ବୋଲି କହିଛନ୍ତି ଇମ୍ରାନ୍‌। ଯୁଦ୍ଧ ଏକ ଅନୁଦ୍ଦିଷ୍ଟ ପରିଣତି। ଏହା ଭୟଙ୍କର ସମସ୍ୟା ସୃଷ୍ଟି କରିଥାଏ ବୋଲି ଇମ୍ରାନ କହିଛନ୍ତି। ଏହି ସମୟରେ ସେ ଭିଏତ୍‌ ନାମ୍ ଓ ଇରାକ ଯୁଦ୍ଧରେ ହୋଇଥିବା କ୍ଷତିର ଉଦାହରଣ  ମଧ୍ୟ ଦେଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ଯେ  କାଶ୍ମୀର ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଅନେକ ଚେଷ୍ଟା କରିଛି। କିନ୍ତୁ ଏବେ ଏ ସମ୍ପର୍କରେ ଭାରତ ସହିତ  କୌଣସି କଥାବାର୍ତ୍ତା କଲା ଭଳି ସ୍ଥିତି ନାହିଁ। ତେଣୁ ଅନ୍ତର୍ଜାତୀୟ ସ୍ତରରେ ଚେଷ୍ଚା କରିବା ସହିତ ଚୀନ, ଋଷିଆ ଓ ଆମେରିକା ଭଳି ରାଷ୍ଟ୍ରର ଦ୍ୱାରସ୍ଥ ହେବା ଛଡ଼ା ପାକିସ୍ତାନର ଆଉ କୌଣସି ରାସ୍ତା ନାହିଁ ବୋଲି ଇମ୍ରାନ କହିଛନ୍ତି।

ସୂଚନା ଥାଉକି, ଅଗଷ୍ଟ ୫ ତାରିଖରେ କାଶ୍ମୀର ଉପରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି। ଯାହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ତେବେ କାଶ୍ମୀର ସମସ୍ୟାକୁ ନେଇ ପାକିସ୍ତାନ ବିଶ୍ୱସ୍ତରରେ ସମସ୍ତ ପ୍ରୟାସ କରି ସବୁଥିରେ ଅସଫଳ ହୋଇଛି। ଔଷଧ ରାଗରେ ତାଟିଆ କାମୁଡ଼ୁଥିବା ପାକିସ୍ତାନ ଏବେ ଆଉ କେଉଁ ପଦକ୍ଷେପ ନେବ ତା’ ଉପରେ ନଜର।

 

 

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like