ବିଦେଶରୁ ଆମଦାନୀ ହେବ କରୋନା ଟିକା

ନୂଆଦିଲ୍ଲୀ: ବିଦେଶରୁ ଆମଦାନୀ ହେବ କରୋନା ଟିକା। କରୋନା ଟିକା ଆମଦାନୀ ନେଇ ପଥ ସୁଗମ କଲା କେନ୍ଦ୍ର। ଆମଦାନୀ ହେବାକୁ ଥିବା ଟିକା ଉପରୁ ସୀମା ଶୁଳ୍କ ଛାଡ଼ ହେବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩ ମାସ ପାଇଁ ଟିକା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼ ନିଷ୍ପତ୍ତି ନିଆଯାଇଛି।

ଅକ୍ସିଜେନ ଅଭାବ ଓ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।  ଅକ୍ସିଜେନ ଓ ତତ୍ସଂବନ୍ଧୀୟ ଯନ୍ତ୍ରାଂଶରୁ ସୀମା ଶୁଳ୍କ, ହେଲ୍ଥ ସେସ୍ ଛାଡ଼ କରାଯାଇଛି। ଅକ୍ସିଜେନ ସହ କୋଭିଡ଼ ଟିକା ଉପରୁ ମଧ୍ୟ ସୀମା ଶୁଳ୍କ ଛାଡ଼ ନିଷ୍ପତ୍ତି କରାଯାଇଛି।ଶୁଳ୍କ ଛାଡ଼ ଦ୍ୱାରା ଟିକା ଓ ଅକ୍ସିଜେନ ଯୋଗାଣ ସହଜ, ସୁଲଭ ହେବ। ଅକ୍ସିଜେନ ସଂପର୍କିତ ଯନ୍ତ୍ରାଂଶ ଆମଦାନୀ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆମଦାନୀ ବେଳେ ଏସବୁ ଦ୍ରବ୍ୟରୁ ୩ ମାସ ପାଇଁ ସୀମା ଶୁଳ୍କ ଛାଡ଼ କରାଯାଇଛି। ଅକ୍ସିଜେନ୍ କ୍ୟାନ୍, ଫିଲିଂ ସିଷ୍ଟମ, ଷ୍ଟୋରେଜ ଟ୍ୟାଙ୍କ, ଅକ୍ସିଜେନ ସିଲିଣ୍ଡର, କଣ୍ଟେନର, କ୍ରାୟୋଜେନିକ ସିଲିଣ୍ଡରରୁ ଶୁଳ୍କ ଛାଡ଼ କରାଯାଇଛି।

You might also like