‘କରୋନା’ ପାଇଁ ପ୍ରବାସୀ ଶ୍ରମିକଙ୍କୁ ମରାଗଲା ସାନିଟାଇଜର ସ୍ପ୍ରେ

ବରେଲି: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ଏହି ଭାଇରସକୁ ମାତ୍ ଦେବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ ପାଇଁ ଜନଜୀବନ ଅସ୍ତବ୍ୟସ୍ତ। ସବୁଠି ଖାଁ ଖାଁ। ଅତ୍ୟାବଶ୍ୟକ କାମ ପଡ଼ିଲେ ବାହାରକୁ ବାହାରୁଛନ୍ତି ଲୋକ ନହେଲେ ନିଜ ଘରେ ହିଁ ରହୁଛନ୍ତି। ସାରା ଦେଶ ପାଲଟିଛି ସ୍ଥାଣୁ। ଏହି ଲକ୍‌ଡାଉନ୍‌ ପାଇଁ ବାହାରେ ଥିବା ଲୋକମାନେ ନିଜ ଘରକୁ ଫେରି ପାରୁନାହାନ୍ତି। କିନ୍ତୁ କରୋନା ଭୂତାଣୁ ଭୟ ଠାରୁ ବଳିପଡ଼ିଛି ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା। ଉତ୍ତରପ୍ରଦେଶର ବରେଲିରେ ପ୍ରବାସୀ ଶ୍ରମିକମାନଙ୍କୁ ସାନିଟାଇଜର ସ୍ପ୍ରେ କରି ଗାଧୋଇ ଦିଆଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଗାଧୋଇବା ପ୍ରସଙ୍ଗକୁ ନେଇ ବହୁଜନ ସମାଜ ପାର୍ଟି (ବିଏସପି) ରାଷ୍ଟ୍ରୀୟ ସଭାପତି ମାୟାବତୀ, ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଶାସନର ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏହି ତିନି ନେତା ପ୍ରଶାସନର ଏଭଳି କାର୍ଯ୍ୟଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ବିଏସପି ସଭାପତି ମାୟାବତୀ କହିଛନ୍ତି, ବରେଲିରେ ସାନିଟାଇଜର ଦ୍ୱାରା ପ୍ରବାସୀ ଶ୍ରମିକଙ୍କୁ ଗାଧୋଇବା କେତେ ଦୂର ଠିକ୍‌?ଏହା ଦଣ୍ଡ ଦେବା ସହିତ ସମାନ। ଏପରି କାମ ନିଷ୍ଠୁରତାର ପରିଚୟ ଦେଉଛି। ସରକାର ତୁରନ୍ତ ଏହି ଘଟଣା ପ୍ରତି ଧ୍ୟାନ ଦେବା ଉଚିତ୍।

ଶ୍ରମିକମାନଙ୍କୁ ଏହି ସାନିଟାଇଜର ଦ୍ୱାରା ଗାଧୋଇବା ପାଇଁ ୟୁପିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ ରହିଛି କି ବୋଲି ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ କରିଥିଲେ।

ସେହିପରି ଓଦା ଲୋକଙ୍କ ପୋଷାକ ବଦଳାଇବା ଓ ସେମାନଙ୍କର ଖାଦ୍ୟ ସାମଗ୍ରୀକୁ ନଷ୍ଟ କରିବା ପରେ କଣ ବ୍ୟବସ୍ଥା କରାଯାଇଛି ବୋଲି ଏନେଇ ଅଖିଳେଶ ପ୍ରଶ୍ନ କରିଥିଲେ।


ପ୍ରିୟଙ୍କା ଗାନ୍ଧୀ ୟୁପି ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଆମେ ସମସ୍ତେ ଏହି ବିପର୍ଯ୍ୟୟ ବିରୋଧରେ ଲଢ଼େଇ କରୁଛେ। କିନ୍ତୁ ଦୟାକରି ଏପରି ଅମାନୁଷିକ କାର୍ଯ୍ୟ କରନ୍ତୁ ନାହିଁ। ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇସାରିଛନ୍ତି। ସାନିଟାଇଜର ଦ୍ୱାରା ଏପରି ଗାଧୋଇଲେ ଶରୀର ଭଲ ହେବା ପରିବର୍ତ୍ତେ ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି କରିବ।

ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ ସହ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୟୁପି ସରକାରଙ୍କୁ ନିବେଦନ କରିଛନ୍ତି ଯେ ଆମେ ସମସ୍ତେ ମିଶି ଏହି କରୋନା ଭାଇରସ ବିରୋଧରେ ଲଢ଼େଇ କରୁଛେ କିନ୍ତୁ ଦୟାକରି ଏଭଳି ଅମାନୁଷିକ କାର୍ଯ୍ୟ କରନ୍ତୁ ନାହିଁ ବୋଲି ସେମାନେ କହିଛନ୍ତି ।

 

You might also like