ଜାଣନ୍ତି କି ପରବର୍ତ୍ତୀ ବାତ୍ୟାର ନାଁ ?

ନୂଆଦିଲ୍ଲୀ: ବାତ୍ୟା ତିତ୍‌ଲି, ଗଜ, ଫନି, ବାୟୁ, ବୁଲ୍‌ବୁଲ୍‌ ପରେ ଆଗକୁ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାଁ ଆପଣ ଜାଣିଛନ୍ତି କି ? ଏହି ସାଇକ୍ଲୋନ୍‌ର ନାଁ ଅମ୍‌ଫାନ୍‌ ରଖାଯାଇଛି।

ଚଳିତ ସପ୍ତାହରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ତାଲିକା ଜାରି କରିଥିଲା। ଯେଉଁଥିରେ ୧୬୯ଟି ସମ୍ଭାବ୍ୟ ବାତ୍ୟାର ନାଁ ରହିଥିଲା। ଏହି ତାଲିକାକୁ ୨୦୧୯, ଏପ୍ରିଲରେ World Meteorological Department (WMO) panel ଗ୍ରହଣ କରିଥିଲା। ଆଗକୁ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍‌ ସାଇକ୍ଲୋନ୍ ଗୁଡ଼ିକର ନାମକରଣ ଏହି ନୂଆ ତାଲିକା ଅନୁସାରେ କରାଯିବ। ତେବେ ଅମ୍‌ଫାନ୍ ପରେ ନୂଆ ତାଲିକାର ନାମ ବ୍ୟବହାର କରାଯିବ।

ବିଶ୍ୱବ୍ୟାପୀ ମୋଟ୍‌ ୬ଟି Regional Specialised Meteorological Centres (RSMCs) ଓ ୫ଟି ରିଜିଓନାଲ୍‌ Tropical Cyclone Warning Centres (TCWCs) ରହିଛି। ଏହି କେନ୍ଦ୍ର ପକ୍ଷରୁ  ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାମକରଣ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଥିଲା ।

୬ RSMCs ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ରହିଛି। ଆଇଏମ୍‌ଡି ଟ୍ରପିକାଲ୍‌ ସାଇକ୍ଲୋନ୍‌ ଓ ଷ୍ଟର୍ମକୁ ନେଇ ତାର ୧୩ଟି ସଦସ୍ୟ ରାଷ୍ଟ୍ରକୁ ଆଡ୍‌ଭାଇଜରି ଜାରି କରିଥିଲା । ଏହି  ସଦସ୍ୟ ରାଷ୍ଟ୍ରମାନେ ହେଲେ-ବାଂଲାଦେଶ, ଭାରତ, ଇରାନ, ମାଲଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କ୍ୱାତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ୍‌, ୟୁଏଇ ଓ ୟେମେନ୍‌। ଏହି ସମସ୍ତ ଦେଶ ୧୩ଟି ଲେଖାଏ ନାମର ତାଲିକା ଦେଇଛନ୍ତି। ଏହି ତାଲିକା ଆଇଏମ୍‌ଡି ପକ୍ଷରୁ ପ୍ରକାଶ କରାଯାଇଛି।

ଭାରତ ଦେଇଥିବା ୧୩ଟି ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାଁ ହେଲା-  ଗତି, ତେଜ୍‌, ମୁରାଷୁ, ଆଗ୍‌, ବ୍ୟୋମ, ଝର୍‌, ପ୍ରୋବାହ, ନୀର୍‌, ପ୍ରଭଞ୍ଜନ, ଘୂର୍ଣ୍ଣି, ଅମ୍ବୁଦ, ଜଲଧି ଓ ଭେଗା।

ସୂଚନାଥାଉ କି, ଭାରତ ମହାସାଗର, ବଙ୍ଗୋପ ସାଗର ଓ ଆରବୀୟ ସାଗରରେ ସୃଷ୍ଟି ହେଉଥିବା ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାଁ ନୂଆଦିଲ୍ଲୀ ସ୍ଥିତ RSMCs ଦେଇଥାଏ।

୨୦୧୯ରେ, ଭାରତୀୟ ସମୁଦ୍ରରେ ଆଠଟି ସାଇକ୍ଲୋନିକ୍ ଷ୍ଟର୍ମ ସୃଷ୍ଟି ହୋଇଥିଲା। ସେଥିମଧ୍ୟରୁ ୫ଟି ସ୍ୱାଭାବିକ ଥିଲା। ୧୯୭୬ ମସିହାରେ, ଉତ୍ତର ଭାରତ ମହାସାଗରରେ ୭ରୁ ଅଧିକ ସାଇକ୍ଲୋନ୍‌ ସୃଷ୍ଟି ହୋଇଥିଲା।

Image Credit: The Weather Channel

କେମିତି କରାଯାଏ ବାତ୍ୟାର ନାମକରଣ…

  • ବାତ୍ୟାର ନାଁ ରାଜନୀତିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ନିରପେକ୍ଷ ରହିବା ଉଚିତ୍‌।
  • ରୁକ୍ଷ ଓ କଠୋର ଶୁଭୁଥିବା ଶବ୍ଦ ବ୍ୟବହାର କରାଯିବା ଉଚିତ୍‌ ନୁହେଁ। ଏହା ଯଥା ସମ୍ଭବ ଛୋଟ ହେବା ଉଚିତ୍‌। ଯେପରି ଏହାକୁ ଅତି ସହଜରେ ଉଚ୍ଚାରଣ କରି ହେବ।
  • ସାଇକ୍ଲୋନ୍‌ର ନାଁ ୮ରୁ ଅଧିକ ଅକ୍ଷର ହେବନାହିଁ।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like