ଆଇଏମଡିର ପୂର୍ବାନୁମାନ: ୫ ଦିନ ବିଳମ୍ବରେ ଆସିବ ମୌସୁମୀ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଭାରତକୁ କେବେ ପ୍ରବେଶ କରିବ, ତା’କୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି। ମଙ୍ଗଳବାର ମୌସୁମୀ ଜୁନ୍‌ ୪ରେ କେରଳ ଛୁଇଁବ ବୋଲି ଘରୋଇ ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଥିଲା। ହେଲେ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମୌସୁମୀ ଚଳିତ ବର୍ଷ ଧାର୍ଯ୍ୟ ସମୟର ୫ ଦିନ ବିଳମ୍ବରେ କେରଳ ଛୁଇଁବ ବୋଲି କହିଛି। ଆଇଏମଡିର ଆକଳନ ଅନୁଯାୟୀ, ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। କିନ୍ତୁ ଚଳିତ ବର୍ଷ ଜୁନ୍‌ ୬ରେ ଏହା କେରଳରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଷ୍ଟାଟିଷ୍ଟିକାଲ ମଡେଲ ଫୋରକାଷ୍ଟ ଜରିଆରେ ମୌସୁମୀ ଉପରେ ନଜର ରଖାଯାଇଛି। ଏଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ମୌସୁମୀ ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ କେରଳ ଛୁଇଁପାରେ। ମୌସୁମୀ ଜୁନ୍‌ ୬ ସୁଦ୍ଧା କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏହା ୪ ଦିନ ଆଗ ପଛ ହୋଇପାରେ।

ମୌସୁମୀ କେରଳ ଛୁଇଁବା ପୂର୍ବରୁ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ମେ’ ୧୮-୧୯ ସୁଦ୍ଧା ମୌସୁମୀ ଆଣ୍ଡାମାନ ସମୁଦ୍ର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ ପୂର୍ବ ବଙ୍ଗପୋସାଗରରେ ପହଞ୍ଚିବ। ଏଥିପାଇଁ ଧୀରେଧୀରେ ପାଗ ଅନୁକୂଳ ହେବାରେ ଲାଗିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ବାପାଙ୍କୁ ଖଣ୍ଡଖଣ୍ଡ କରି କାଟି ରକ୍ତ, ମାଂସ ଓ ହାଡ଼କୁ ବାଲ୍‌ଟିରେ ରଖିଲା ପୁଅ

ଧାରା ୩୭୦ ଉଚ୍ଛେଦ; ଶେହଲାଙ୍କ ଗିରଫ୍ କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ଉନ୍ନାଓ ପୀଡ଼ିତା ଓ ତାଙ୍କ ଓକିଲଙ୍କ ସଡ଼କ ଦୁର୍ଘଟଣାର ତଦନ୍ତ ପାଇଁ ସିବିଆଇକୁ ୧୪ ଦିନ ସମୟ ଦେଲେ ସୁପ୍ରିମକୋର୍ଟ

ମରଣ ମୁହଁରୁ ଜୀବନ ଛଡ଼ାଇ ଆଣିଲେ ସେନା ଯବାନ

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଗମ୍ଭୀର; ୨୮ ଜଣଙ୍କ ମୃତ୍ୟୁ

ନେହରୁଙ୍କ ଭୁଲ ନିଷ୍ପତ୍ତି ପାଇଁ ଗୋଆ ସ୍ୱାଧୀନତା ଫେରି ପାଇବାରେ ବିଳମ୍ବ ହେଲା-ଶିବରାଜ

ରାଜନାଥଙ୍କ ମନ୍ତବ୍ୟରେ ଇମ୍ରାନଙ୍କ ନିଦ ହଜିଗଲା, କହିଲେ, ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବି ବିପଦରେ

ସ୍ୱାଭାବିକ ହେଉଛି ଜମ୍ମୁ କଶ୍ମୀର: ଖୋଲିଲା ସ୍କୁଲ, କଲେଜ ଓ ଅଫିସ

ବସ୍‌-କଣ୍ଟେନର ଧକ୍କା: ୧୧ ମୃତ

ବିଜେପିରେ ସାମିଲ୍ ହେଲେ ୬୦ ଟିଡିପି ନେତା

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସିଂହ

You might also like