୧୩ ସମ୍ଭାବ୍ୟ ସାଇକ୍ଲୋନ୍‌ର ନାଁ ଜାରି କଲା ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଉତ୍ତର ଭାରତ ମହାସାଗର ସମେତ ବଙ୍ଗୋପସାଗର ଓ ଭାରତ ମହାସାଗର ଉପରେ ଆଗକୁ ସୃଷ୍ଟି ହେବାକୁ ଥିବା ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାମ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)।

ବିଶ୍ୱବ୍ୟାପୀ ମୋଟ୍‌ ୬ଟି Regional Specialised Meteorological Centres (RSMCs) ଓ ୫ଟି ରିଜିଓନାଲ୍‌ Tropical Cyclone Warning Centres (TCWCs) ରହିଛି। ଏହି କେନ୍ଦ୍ର ପକ୍ଷରୁ  ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାମକରଣ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି।

୬ RSMCs ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ରହିଛି। ଆଇଏମ୍‌ଡି ଟ୍ରପିକାଲ୍‌ ସାଇକ୍ଲୋନ୍‌ ଓ ଷ୍ଟର୍ମକୁ ନେଇ ୧୩ଟି ସଦସ୍ୟ ରାଷ୍ଟ୍ରକୁ ଆଡ୍‌ଭାଇଜରି ଜାରି କରିଛି। ଏହି  ସଦସ୍ୟ ରାଷ୍ଟ୍ରମାନେ ହେଲେ-ବାଂଲାଦେଶ, ଭାରତ, ଇରାନ, ମାଲଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କ୍ୱାତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ୍‌, ୟୁଏଇ ଓ ୟେମେନ୍‌।

ଭାରତ ଦେଇଥିବା ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାଁ ହେଲା-  ଗତି, ତେଜ୍‌, ମୁରାଷୁ, ଆଗ୍‌, ବ୍ୟୋମ, ଝର୍‌, ପ୍ରୋବାହ, ନୀର୍‌, ପ୍ରଭଞ୍ଜନ, ଘୂର୍ଣ୍ଣି, ଅମ୍ବୁଦ, ଜଲଧି ଓ ଭେଗା।

ସୂଚନାଥାଉ କି, ଭାରତ ମହାସାଗର, ବଙ୍ଗୋପ ସାଗର ଓ ଆରବୀୟ ସାଗରରେ ସୃଷ୍ଟି ହେଉଥିବା ଟ୍ରପିକାଲ୍‌ ସାଇକ୍ଲୋନ୍‌ର ନାଁ ନୂଆଦିଲ୍ଲୀ ସ୍ଥିତ RSMCs ଦେଇଥାଏ।

You might also like