ବିଳମ୍ବରେ ଆସିପାରେ ମୌସୁମୀ

ନୂଆଦିଲ୍ଲୀ: ଚଳିତବର୍ଷ ସାମାନ୍ୟ ବିଳମ୍ବରେ ଆସିପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସାଧାରଣତଃ ଜୁନ୍ ପହିଲା ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ଥାଏ କିନ୍ତୁ ଏଥର ସାମାନ୍ୟ ବିଳମ୍ବ ହୋଇ ଜୁନ ୫ରେ ପହଞ୍ଚିବ ବୋଲି  ପାଣିପାଗ ବିଭାଗ ଅନୁମାନ କରିଛି।

କେରଳରେ ମୌସୁମୀର ପ୍ରବେଶ ସହ ଦେଶରେ ବର୍ଷା ଋତୁର ଆରମ୍ଭ ହୋଇଥାଏ। ଏହି ମୌସୁମୀ ଉତ୍ତର ଦିଗକୁ ଗତି କରିବା ପରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥାଏ।

ଭାରତରେ କୃଷି କାର୍ଯ୍ୟ ଅନେକ ପରିମାଣରେ ବର୍ଷା ଉପରେ ନିର୍ଭରଶୀଳ। ତେଣୁ ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନକୁ ସାରା ଦେଶରେ ଅପେକ୍ଷା କରାଯାଇଥାଏ। ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ସମ୍ପର୍କରେ ଗତ ୧୫ ବର୍ଷ ଧରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସଠିକ ଆକଳନ କରାଯାଉଛି। ୨୦୧୫ରେ ଏହାର ସାମାନ୍ୟ ବ୍ୟତିକ୍ରମ ହୋଇଥିଲା।

You might also like