ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିକ୍ଷୋଭ ଡାକରା ପ୍ରତ୍ୟାହାର କଲା ଆଏମ୍‌ଏ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଦିଆଯାଇଥିବା ବିକ୍ଷୋଭ ଡାକରା ପ୍ରତ୍ୟାହାର ହୋଇଛି।

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ପ୍ରତିନିଧି ଓ ଅନ୍ୟ ଡାକ୍ତରଙ୍କ ସହ ଆଲୋଚନା ହୋଇଥିଲା। ଏଭଳି କଠିନ ପରିସ୍ଥିତି ସମୟରେ ଡାକ୍ତରମାନେ କୌଣସି ଆନ୍ଦୋଳନ ନ କରିବାକୁ ସେ ଅପିଲ କରିଥିଲେ। ଏପରିକି ପ୍ରତୀକ ଆନ୍ଦୋଳନ ମଧ୍ୟ ନ କରିବାକୁ କହିଥିଲେ।

ଡାକ୍ତରମାନଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ଡାକ୍ତରମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଥିବା ଅଭିଯୋଗ ଆସିବା ପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଆସନ୍ତାକାଲି କଳାଦିବସ ପାଳନ ପାଇଁ ଡାକରା ଦିଆଯାଇଥିଲା।

You might also like