ବୋହୂ ପ୍ରେମରେ ପାଗଳ ଶ୍ୱଶୁର : ୧୫ମାସର କୁନି ପୁଅକୁ ନାଳକୁ ଫିଙ୍ଗି ମାରିଲା

କାସଗଞ୍ଜ: ପବିତ୍ର ସମ୍ପର୍କରେ ପାପର ଛିଟା। ଶ୍ୱଶୁର ବୋହୂର କଳଙ୍କିତ ସମ୍ପର୍କ ପାଇଁ ୧୬ ମାସର କୁନି ପୁଅକୁ ହତ୍ୟାକଲା ଅଭିଯୁକ୍ତ। ବାପାର କର୍ତ୍ତବ୍ୟ ଭୁଲିଗଲା ଅଭିଯୁକ୍ତ। ବୋହୂ ସହ ଅବୈଧ ସମ୍ପର୍କରେ ଏମିତି ମାତିଲା ଯେ ଶ୍ୱଶୁର ସବୁ ସମ୍ପର୍କ ଭୁଲିଗଲା । ଜନ୍ମକଲା କୁନି ପୁଅକୁ ମାରିବାକୁ ହାତ ଥରିଲାନି। ଦୁନିଆ ଦେଖିବା ଆଗରୁ ଅବୋଧ ଶିଶୁ ଜୀବନ ହାରିଲା।  ସେପଟେ ପୁଅକୁ ନାଳରେ ଫିଙ୍ଗି ଅପହରଣର ନାଟକ ରଚିଲା ଅଭିଯୁକ୍ତ।

ଉତ୍ତରପ୍ରେଦେଶର କାସଗଞ୍ଜର ସହରର ଜ୍ୱାଲାପୁରୀ ନିବାସୀ କିଶନ କୁମାର ଘଟାଇଛି ଏପରି କୁତ୍ସିତ କାଣ୍ଡ। ପାପ ସମ୍ପର୍କ ପାଇଁ ପୁଅକୁ ହତ୍ୟା କରିଛି। ତେବେ ପୋଲିସ କିଛି କରିବା ପୂର୍ବରୁ ବଡ଼ ପୁଅ, ସ୍ତ୍ରୀ ଓ ବାପାର ଏହି କଳଙ୍କିତ ସମ୍ପର୍କରେ ପର୍ଦ୍ଦାଫାଶ କରିଛି। ନୀରିହ କୁନି ଭାଇର ହତ୍ୟା ପାଇଁ ବାପାକୁ ଗିରଫ କରିବାକୁ ପୋଲିସରେ ଲିଖିତ ଅଭିଯୋଗ କରିଛି । ଅଭିଯୋଗ ଅଧାରରେ ଅଭିଯୁକ୍ତ ଶ୍ୱଶୁର ଓ ବୋହୁକୁ ଗିରଫ କରିଛି ପୋଲିସ୍ । ବର୍ତ୍ତମାନ କୁନି ପୁଅର ମୃତଦେହ ଖୋଜରା।

ବଡ଼ ପୁଅର ଅଭିଯୋଗ ଅନୁସାରେ, ତାଙ୍କ ସ୍ତ୍ରୀ ସହ ବାପାଙ୍କର ଅନେକ ଦିନ ଧରି ଅବୈଧ ସମ୍ପର୍କ ଥିଲା। ଏହି ସମ୍ପର୍କକୁ ଲୁଚାଇ ବଡ଼ପୁଅକୁ ଧୋକ୍କାରେ ବିବାହ କରାଇ ଦେଇଥିଲେ ଅଭିଯୁକ୍ତ କିଶନ। ହେଲେ ବିବାହ ପରେ ବି ତାଙ୍କ ସମ୍ପର୍କରେ କୌଣସି ପରିବର୍ତ୍ତନ ହୋଇନଥିଲା। ସବୁବେଳେ ଘରେ ରହିବା ସହ କିଷନ କୁମାର ବୋହୁ ସହ ଶାରିରୀକ ସମ୍ମନ୍ଧ ରଖୁଥିଲା, ହେଲେ ସେ ସମ୍ପର୍କରେ ଘରଲୋକ ଟେର ପାଉନଥିଲେ। ଉଭୟଙ୍କ ସମ୍ପର୍କ ଏତେ ଆଗକୁ ବଢ଼ିଗଲା ଯେ ଉଭୟ ସ୍ଥାନକାଳ ପାତ୍ର ଭୁଲିଯାଉ ଯାଉଥିଲେ। ସବୁ ଦିନ ପାଇଁ ସାଙ୍ଗରେ ରହିବା ପାଇଁ କଥା ଦିଆନିଆ ହେଲା। ଅତିରୁ ଇତି ହେବାରୁ ଶେଷରେ ଏହି କଳଙ୍କିତ ସମ୍ପର୍କରେ ସମସ୍ତେ ଜାଣିଗଲେ।

ଏହାରି ଭିତରେ ସ୍ତ୍ରୀ ଆଡ଼ୁ ଅଭିଯୁକ୍ତ କିଶନ କୁମାରଙ୍କର ଏକ ପୁଅ ଜନ୍ମ ହେଲା। ତେବେ ପୁଅ ଜନ୍ମ ପରେ ଶ୍ୱଶୁର ବୋହୂ ସମ୍ପର୍କରେ ଭଟ୍ଟା ପଡ଼ିଗଲା। କୁନି ପୁଅକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ସମ୍ପର୍କ ଭାଙ୍ଗିଯିବା ଭୟରେ ଅଭିଯୁକ୍ତ ଏକ ଷଡ଼ଯନ୍ତ୍ର ରଚିଥିଲା। ଶେଷରେ ଅବୈଧ ସମ୍ପର୍କ ପାଇଁ ୧୬ ମାସର ପୁଅକୁ ବଳି ପକାଇଦେଲା । ରାତିରେ ସମସ୍ତେ ନିଘୋଡ଼ ନିଦରେ ଶୋଇଥିବା ସମୟରେ କମ୍ବଳ ଘୋଡ଼ାଇ ୨୭ ଫେବୃଆରୀରେ ପୁଅକୁ ଜୀବନ୍ତ ନାଳରେ ଫିଙ୍ଗିଦେଲା। ଘଟଣା ସମ୍ପର୍କରେ ଅଭିଯୋଗ ଆସିବା ପରେ ପୋଲିସ ଏବେ ମାମଲାର ଯାଞ୍ଚ କରୁଛି। ଉଭୟ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରାଯାଉଛି ।

 

You might also like