କୋହଳ ହେଲା IITରେ ନାମଲେଖା ନିୟମ

ନୂଆଦିଲ୍ଲୀ: କୋହଳ ହେଲା ଆଇଆଇଟିରେ ନାମଲେଖା ନିୟମ। ଆଇଆଇଟିରେ ନାମ ଲେଖାଇବା ପାଇଁ ଏଥର ଯୁକ୍ତ ୨ ମାର୍କକୁ ବିଚାରକୁ ନିଆଯିବ ନାହିଁ।

ଚଳିତଥର ଯୁକ୍ତ ୨ର କିଛି ପରୀକ୍ଷାକୁ ସମ୍ପୃକ୍ତ ବୋର୍ଡମାନେ ବାତିଲ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି Joint Admission Board (JAB), JEE (Advanced) ୨୦୨୦ରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡରେ କୋହଳ କରିଛି। 

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ JEE (Advanced) ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛ୍ରାତ୍ରୀଙ୍କୁ ଆଇଆଇଟିରେ ନାମ ଲେଖାଇବାକୁ ହେଲେ ଯୁକ୍ତ ୨ରେ ସର୍ବନିମ୍ନ ୭୫% ମାର୍କ ରଖିବା ବାଧ୍ୟତାମୂଳକ ଥିଲା। ହେଲେ ଚଳିତ ଥର ଯୁକ୍ତ ୨ର ମାର୍କକୁ ବିଚାରକୁ ନିଆଯିବ ନାହିଁ। କିନ୍ତୁ ସମ୍ପୃକ୍ତ ଛାତ୍ରଛାତ୍ରୀ ଯୁକ୍ତ ୨ ପାସ୍‌ କରିଥିବେ। 

JEE (Advanced)ରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କ ରାଙ୍କ୍ ଆଧାରରେ ନାମଲେଖା ହେବ। ଏ ନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

You might also like