ଟ୍ରେକିଂ ପାଇଁ ଯାଇଥିବା ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ୪୫ଜଣ ନିଖୋଜ

ନୂଆଦିଲ୍ଲୀ: ଟ୍ରେକିଂ ପାଇଁ ଯାଇଥିବା ବେଳେ ଆଇଆଇଟି ଛାତ୍ରଛାତ୍ରୀ ନିଖୋଜ । ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଲାହୁଲ୍‌ ଓ ସ୍ପିତି ଜିଲ୍ଲାର ପାର୍ବତ୍ୟାଞ୍ଚଳକୁ ଟ୍ରେକିଂ ପାଇ ଯାଇଥିବା ବେଳେ ରୁର୍‌କିର ୩୫ଜଣ ଆଇଆଇଟି ଛାତ୍ରଛାତ୍ରୀଙ୍କ ସମେତ ୪୫ଜଣ ଲୋକ ନିଖୋଜ ହୋଇଛନ୍ତି। ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହେବା ଫଳରେ ସେମାନେ ନିଖୋଜ ହୋଇଥିବା ଜଣାପଡ଼ିଛି।

ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି। ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ବିଭିନ୍ନ ଘଟଣାକୁ ନେଇ କୁଲ୍ଲୁ, କଙ୍ଗ୍‌ରା ଓ ଚମ୍ବା ଜିଲ୍ଲାରେ ୫ଜଣଙ୍କ ମୃତ୍ୟୁ ଘଟିଛି।

ପ୍ରବଳ ବର୍ଷା ଯୋଗୁଁ କିଛି ସ୍ଥାନରେ ଭୁସ୍ଖଳନ ମଧ୍ୟ ହୋଇଛି। ଫଳରେ ଲୋକଙ୍କ ସମସ୍ୟା ଆହୁରି ବୃଦ୍ଧି ପାଇଛି। କିଛି ସ୍ଥାନରେ ଲୋକେ ଫଶି ରହିଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

You might also like