ୟୁଏସରୁ ଫେରି ଡାୟରୀ ଫାର୍ମ ଆରମ୍ଭ କଲେ ଆଇଆଇଟି ଇଞ୍ଜିନିୟର : ବାର୍ଷିକ ଆୟ ୪୪ କୋଟି

ନୂଆଦିଲ୍ଲୀ : ଚାକିରି ଛାଡ଼ି ଡାଏରୀ ଫାର୍ମ କଲେ ଆଇଆଇଟି ଇଞ୍ଜିନିୟର । ଦେଶରେ କର୍ମନିଯୁକ୍ତିର ଅଭାବ ହେତୁ ଭାରତରୁ ଅନେକ ଯୁବକଯୁବତୀ ଭଲ ଆୟ ଆଶାରେ ବିଦେଶ ଯାଉଛନ୍ତି । ହେଲେ ଏପରି ସମୟରେ କର୍ଣ୍ଣାଟକ ଯୁବକ କିଶୋଇ ଇନ୍ଦୁକୁରୀ ଯୁବଗୋଷ୍ଠୀଙ୍କ ପାଇଁ ଭିନ୍ନ ଉଦାହଣ ସୃଷ୍ଟି କରିଛନ୍ତି । ଆମେରିକାରେ ମୋଟା ଅଙ୍କର ଦରମା ଛାଡ଼ି ଗାଁକୁ ଫେରି ଡାଏରୀ ଫାର୍ମ ଆରମ୍ଭ କରିଛନ୍ତି । ପ୍ରାରମ୍ଭିକ ସମୟରେ ଟିକିଏ ଅସୁବିଧା ହୋଇଥିଲେ ହେଁ ଏବେ କୋଟି କୋଟି ଟଙ୍କା ଆୟ କରୁଛନ୍ତି ।

କିଶୋଇ ଇନ୍ଦୁକୁରୀ ଆଇଆଇଟି ଖରାଗପୁରରୁ ଇଞ୍ଜିନିୟରିଂ କରିଛନ୍ତି । ଏହାପରେ ପିଏଚଡି କରିବା ପାଇଁ ସେ ଆମେରିକା ଯାଇଥିଲେ । ଏବଂ ଏଠାରେ ପିଏଚଡିରେ ଡିଗ୍ରି ହାସଲ କରିବା ପରେ ଇଣ୍ଟେଲ ପରି ଏକ ଜଣାଶୁଣା କମ୍ପାନୀ ସହିତ କାମ କରିବାର ସୁଯୋଗ ପାଇଥିଲେ । ୬ ବର୍ଷ କାମ କରିବା ପରେ ବିଦେଶରେ ଆଉ ତାଙ୍କର ମନ ଲାଗିଲାନି । ନିଜ ଦେଶକୁ ଫେରି ନିଜର କିଛି ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କଲେ। ଆଉ ତା’ପରେ ସେ ଭାରତ ଫେରି ଆସିଥିଲେ ।

ଭାରତରେ ପହଞ୍ଚିବା ପରେ ସେ ହାଇଦ୍ରାବାଦ ଯାଇଥିଲେ, ଆଉ ଦେଖିଲେ ସେଠାରେ ଲୋକମାନେ ଶୁଦ୍ଧ କ୍ଷୀର ପାଉ ନାହାନ୍ତି । ତେଣୁ ଏଗ ଦୁଗ୍ଧ ଫାର୍ମ ଖୋଲିବାକୁ ଚିନ୍ତା କରିଥିଲେ । ୨୦୧୨ ରେ ମାତ୍ର ୨୦ ଟି ଗାଇ ରଖି ସେ ଦୁଗ୍ଧ ବ୍ୟବସାୟ ଆରମ୍ଭ କରିଥିଲେ। ତେବେ ବ୍ୟବସାୟର ପ୍ରାରମ୍ଭିକ ସମୟରେ କିଶୋର ନିଜେ ଘରକୁ ଘର ବୁଲି କ୍ଷୀର ବିତରଣ କରୁଥିଲେ । ଧୀରେ ଧୀରେ ବ୍ୟବସାୟ ବଢ଼ିଲା, ୨୦୧୮ ମସିହା ସୁଦ୍ଧା କିଶୋରଙ୍କର ୬୦୦୦ ଗ୍ରାହକ ହୋଇ ସାରିଥିଲେ । ବ୍ୟବସାୟକୁ ବଢ଼ାଇବା ପାଇଁ ନିଜର ସମସ୍ତ ସମ୍ବଳ ଲଗାଇ ଦେଇଥିଲେ କିଶୋର । ଏବେ ସେ ହାଇଦ୍ରାବାଦରେ ସିଡ୍ ଫାର୍ମ ନାମକ କମ୍ପାନୀ କରି ବଡ ଆକାରରେ ଦୁଗ୍ଧ ବ୍ୟବସାୟ ଆରମ୍ଭ କରିଛନ୍ତି।

ବର୍ତ୍ତମାନ ତାଙ୍କର ବ୍ୟବସାୟ ବୃଦ୍ଧି ପାଇଛି । ତାଙ୍କ କମ୍ପାନୀରେ ଏବେ ୧୨୦ ଜଣ କାମ କରୁଥିବା ବେଳେ ତାଙ୍କର ୧୦,୦୦୦ ଗ୍ରାହକ ଅଛନ୍ତି । କମ୍ପାନୀର ବାର୍ଷିକ କାରବାର ୪୦ କୋଟିରେ ପହଞ୍ଚିଛି। ବର୍ତ୍ତମାନ ତାଙ୍କ କମ୍ପାନୀ କେବଳ ଦୁଗ୍ଧ ନୁହେଁ ଦୁଗ୍ଧଜାତ ଦ୍ରବ୍ୟ ମଧ୍ୟ ବିକ୍ରି କରୁଛି। ସିଡ୍ ଫାର୍ମ ବର୍ତ୍ତମାନ କ୍ଷୀର, ବଟର, ସ୍କିମ୍ କ୍ଷୀର, ଘିଅ ଏବଂ ପନିର ବିକ୍ରି କରୁଛି ।

You might also like