ଏହି ଶବ୍ଦ ଲେଖିଦେଲେ ୧୨ ଘଣ୍ଟା ବ୍ଲକ୍‌ ହୋଇଯିବ ଟୁଇଟର ଆକାଉଣ୍ଟ !

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟରରେ ଏମିତି ଗୋଟିଏ ଶବ୍ଦ ଲେଖିଲାବେଳକୁ ଟୁଇଟର ଆକାଉଣ୍ଟ ବ୍ଲକ ହୋଇଯାଉଛି। କୌଣସି କାରଣରୁ ଯଦି ଆପଣ ସେହି ୭ ଅକ୍ଷର ବିଶିଷ୍ଟ ଶବ୍ଦ ଲେଖି ଦେଉଛନ୍ତି, ଟୁଇଟର ପକ୍ଷରୁ ୧୨ ଘଣ୍ଟା ପାଇଁ ଆପଣଙ୍କ ଆକାଉଣ୍ଟକୁ ବ୍ଲକ କରି ଦିଆଯାଉଛି।

ତେବେ କ’ଣ ଏହି ୭ ଅକ୍ଷର ବିଶିଷ୍ଟ ଶବ୍ଦ । ଯାହାକୁ ନେଇ ସୋସିଆଲ ମିଡିଆରେ ବହୁଛି ଝଡ। ଏମିତି କି ଶବ୍ଦଟିଏ ଯାହା ପାଇଁ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟୁଇଟର୍ ଆକାଉଣ୍ଟ ବ୍ଲକ୍ ହୋଇଯାଉଛି ?   କୌଣସି ଅପରାଧିକ ବା ଟୁଇଟରର ନୀତି ବାହାରେ ନୁହେଁ, ଯେ କୌଣସି ପ୍ରସଙ୍ଗରେ ଏହି ଶବ୍ଦ ଲେଖିଲେ, ସାମୟିକ ସମୟ ପାଇଁ ସ୍ଥଗିତ ରହୁଛି ଆକାଉଣ୍ଟ।

ଏହି ୭ ଅକ୍ଷର ବିଶିଷ୍ଟ ଇଂରାଜୀ ଶବ୍ଦ ଲେଖି, ଅନେକେ ଟୁଇଟର ପକ୍ଷରୁ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ଏହି ଶବ୍ଦଟି ହେଲା ମେମ୍ଫିସ୍ ବା ଇଂରାଜୀରେ MEMPHIS । ମେମ୍ଫିସ୍ ଟୁଇଟ୍ କରିବା ପରେ ଟୁଇଟର୍ ପକ୍ଷରୁ ୧୨ ଘଣ୍ଟା ପାଇଁ ଆକାଉଣ୍ଟକୁ ଲକ୍ କରାଯାଉଥିବା ନୋଟିଫିକେସନ୍ ଆସୁଛି ।

ଲେଖାରହୁଛି, ଲୋକଙ୍କ ବିନା ଅନୁମତିରେ ଆପଣ ସେମାନଙ୍କ ବ୍ୟକ୍ତିଗତ ସୂଚନା ପୋଷ୍ଟ୍ ବା ପବ୍ଲିଶ୍ କରିପାରିବେ ନାହିଁ । ବାସ୍ତବରେ ମେମ୍ଫିସ୍ ହେଉଛି ଟେନେସିର ମିସିସିପି ତଟବର୍ତ୍ତୀ ଏକ ସହର । ତେବେ ଡଚ୍ ଫୁଟ୍‌ବଲ୍ ଖେଳାଳି ମେମ୍ଫିସ୍ ଡିପେଙ୍କ ସଂପର୍କରେ ଟୁଇଟ୍ କରିବାକୁ ଯାଇ ଅନେକେ ଏଭଳି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ତେବେ ଏକ ବଗ୍ ବା ବୈଷୟିକ ତ୍ରୁଟି ଯୋଗୁଁ କିଛି ସମୟ ପାଇଁ ଏଭଳି ଅନିଚ୍ଛାକୃତ ଭାବେ ହେଉଥିଲା ଏବଂ ଏହି ସମସ୍ୟାର ସମାଧାନ କରାଯାଇଛି ବୋଲି ଟୁଇଟର୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

You might also like