ଭ୍ୟାକ୍ସିନ୍‌ ନେବା ପରେ ଯଦି ଏହି ସବୁ ଲକ୍ଷଣ ଦେଖାଯାଉନାହିଁ ତେବେ….

ଭ୍ୟାକ୍ସିନ୍‌ ନେଇଛନ୍ତି କି?

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଲାଣି କରୋନା। କୁହାଯାଉଛି କରୋନା ଭ୍ୟାକ୍ସିନ ନେବା ପରେ ବି ଅଦୃଶ୍ୟ ମହାମାରୀରୁ ମିଳୁନାହିଁ ମୁକ୍ତି। ଅର୍ଥାତ୍‌ କରୋନା ଭ୍ୟାକ୍ସିନ ନେବା ପରେ ପୁଣି ଥରେ କରୋନା ହୋଇପାରେ ବୋଲି ସୂଚନା ମିଳିଛି। ତେବେ ଆଜିଠୁ ଯୁବବର୍ଗଙ୍କୁ ଟିକା ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଭ୍ୟାକସିନ୍ ଦିଆଯିବ। ଏହାର ରେଜିଷ୍ଟ୍ରେସନ୍‌ ପକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। କାରଣ କରୋନାର ଦ୍ୱିତୀୟ ଲହର ଏତେ ମାତ୍ରାରେ ଭୟଙ୍କର ହୋଇଛି ଯେ, ଏଥିରୁ ବର୍ତ୍ତିବା ଲାଗି ଦେଶବାସୀଙ୍କୁ ଭ୍ୟାକ୍ସିନ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଜାଣିରଖନ୍ତୁ ଅନେକ ଲୋକ ଭ୍ୟାକ୍ସିନ ନେବା ପରେ ଜ୍ୱରରେ ପଡ଼ୁଥିବା ସୂଚନା ମିଳିଛି।

ତେବେ ଜାଣିରଖନ୍ତୁ ଭ୍ୟାକ୍ସିନ୍‌ ନେବାପରେ କେଉଁ ଲକ୍ଷଣ ରହିଛି, ଯେଉଁଥିରୁ ଜାଣିପାରିବେ ତାହା ଆପଣଙ୍କ ଶରୀରରେ କାମ କରୁଛି କି ନାହିଁ। ବର୍ତ୍ତମାନ ସମୟରେ ଦେଶରେ କୋଭାକ୍ସିନ ଓ କୋଭାସିଲ୍ଡ ଟିକା ଦିଆଯାଉଛି। ଏହି ୨ ଟି ଟିକା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଆମେରିକା ମଧ୍ୟ ମାନିସାରିଛି। ସୂଚନା ଅନୁସାରେ, ଏହା କରୋନାର ୬୧୭  ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ଓ ବିଶ୍ୱର ସବୁଠାରୁ ଭଲ ଭ୍ୟାକସିନ୍ ଭିତରୁ ଅନ୍ୟତମ।

ତେବେ ଆମେରିକାର ଜଣେ ପ୍ରଖ୍ୟାତ ବିଶେଷଜ୍ଞଙ୍କ କହିବା ଅନୁସାରେ, ଟିକା ନେବା ପରେ ଆପଣଙ୍କ ହାତ ହାଲୁକା ଦରଜ କରିପାରେ। କେବଳ ଏତିକି ନୁହେଁ ବରଂ ସାମାନ୍ୟ ଥଣ୍ଡା ମଧ୍ୟ ଲାଗିପାରେ। ଏହାର ଅର୍ଥ ତାହା ଆପଣଙ୍କ ଇମ୍ୟୁନୁ ସିଷ୍ଟମ ଉପରେ ଦୃତ ଭାବରେ କାମ କରୁଛି। ଭ୍ୟାକସିନ୍ ଇମ୍ୟୁନୁ ସିଷ୍ଟମକୁ କରୋନା ସ୍ପାଇକ୍ ପ୍ରୋଟିନ୍ ନାମକ ଏକ ଭାଇରାଲ ପ୍ରୋଟିନକୁ ଚିହ୍ନଟ କରି ତା ବିରୋଧରେ ଆଣ୍ଟିବଡି ତିଆରି କରିବାରେ ସାହାଯ୍ୟ କରିଥାଏ। ଆଣ୍ଟିବଡିରୁ ଖରାପ ହେବାପରେ ପ୍ରୋଟିନ୍ ଭାଇରସ୍ ଦୃତ ଗତିରେ ବଢିବା ଓ ରୋଗ ବ୍ୟାପିବାରୁ ରୋକିଥାଏ। ଏହି ପକ୍ରିୟାରେ କିଛି ଲୋକଙ୍କୁ ସାଇଡ୍ ଇଫେକ୍ଟ ଅନୁଭବ ହୋଇପାରେ।

ତେଣୁ ଏପରି ହେଉଥିଲେ ଆଦୌ ଡ଼ରନ୍ତୁ ନାହିଁ ବରଂ ଯଦି କିଛି ଦ୍ୱନ୍ଦ୍ୱ ରହୁଛି ତେବେ ନିକଟସ୍ଥ ଡାକ୍ତରଖାନାରେ ଯାଇ ପରାମର୍ଶ କରିବାକୁ ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭ୍ୟାକ୍ସିନ ନେବା ପରେ ଯଦି ମୁଣ୍ଡବିନ୍ଧା, ଜ୍ୱର, ବାନ୍ତି, ହାତ ଦରଜ କିମ୍ବା ଥକାପଣ ଲାଗୁଛି ତେବେ ଆପଣ ନିଶ୍ଚିତ ହୋଇଯାଆନ୍ତୁ ଯେ, ଆପଣଙ୍କୁ ଭ୍ୟାକ୍ସିନ ସଠିକ୍‌ ଭାବରେ କାମ  କରୁଛି। ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ସେ ଏହି ସୂଚନା ଦେଇଥିବା ଜଣାପଡ଼ିଛି। ତେଣୁ ଆପଣ ଯଦି ବ୍ୟକ୍ସିନ ନେଇଛନ୍ତି ତେବେ ଆପଣ ଆଦୌ ଭୟଭୀତ ନହେବା ଲାଗି ସେ ପରାମର୍ଶ ମଧ୍ୟ ଦେଇଛନ୍ତି।

 

You might also like