ଆମେରିକା ପରି ଭାରତ ମଧ୍ୟ ପାକିସ୍ତାନରେ ପଶି ଆକ୍ରମଣ କରିପାରିବ: ଜେଟ୍‌ଲୀ

ନୂଆଦିଲ୍ଲୀ: ଭାରତର ଅପରେସନ ବାଲାକୋଟ ପରେ ଆତଙ୍କବାଦକୁ ସୁରକ୍ଷା ଦେଉଥିବା ପାକିସ୍ତାନ ଉପରେ କ୍ରୋଧ ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ୨୦୧୧ରେ ମସିହାରେ ଆମେରିକା ଆକ୍ରମଣ ଘଟଣାକୁ ଉଦାହରଣ ଦେଇ ପାକିସ୍ତାନକୁ ସେ ଚେତାବନୀ ଦେଇଛନ୍ତି।

ଜେଟ୍‌ଲୀ କହିଛନ୍ତି, ଯଦି ଆମେରିକା ପାକିସ୍ତାନରେ ପଶି ଓସାମାବିନ୍ ଲାଦେନକୁ ହତ୍ୟା କରିପାରୁଛି, ତେବେ ଭାରତ ମଧ୍ୟ ଏହା କରିପାରିବ। ଭାରତର ସୀମା ଡେଇଁ ପାକିସ୍ତାନ ରାଜୌରୀ ସେକ୍ଟର୍‌ରେ ବୋମା ଫିଙ୍ଗିବା ପରେ ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ଜେଟ୍‌ଲୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟେ ସପ୍ତାହ ରାଜନୀତିରେ ବହୁତ ଲମ୍ବା ସମୟ ହୋଇଥାଏ। କିନ୍ତୁ ଗତ ସପ୍ତାହରୁ ପୂରା ଦେଶ ଆମ ସହିତ ଛିଡ଼ା ହୋଇଛି। ଏଥିରୁ ମନେ ହେଉଛି ଯେମିତି ଗୋଟିଏ ସପ୍ତାହ ଖୁବ୍‌ ଶୀଘ୍ର ଆମ ହାତରୁ ଖସିଯାଉଛି। ତେଣୁ ଆମେରିକା ପରି ଆମେ ମଧ୍ୟ କଡ଼ା ପଦକ୍ଷେପ ନେଇପାରିବା ବୋଲି ଜେଟ୍‌ଲୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

You might also like