ଯୁଦ୍ଧ ପାଇଁ ଭାରତୀୟ ସେନା ପ୍ରସ୍ତୁତ: ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ପାକିସ୍ତାନ ସମରସଜ୍ଜା ଆରମ୍ଭ କରୁଥିବା ଖବର ସାମ୍ନାକୁ ଆସିଛି। ସୀମା ସେପଟେ ପାକିସ୍ତାନ ସେନା ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ବିମାନ ଖଞ୍ଜୁ ଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ପାକିସ୍ତାନର ଯଦି ଭାରତ ବିରୋଧରେ କୌଣସ ଦୁଃସାହାସ କରେ, ତା’ହେଲେ ଏହାର ଦୃଢ଼ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ଆଜି ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପନ ରାୱତ କହିଛନ୍ତି।

ସେ କହିଛନ୍ତି, “ଯଦି ପାକିସ୍ତାନ ଏଲଓସିରେ କିଛି କରିବାକୁ ଚାହୁଁଛି, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ। ସେମାନେ ତାଙ୍କ ଇଚ୍ଛାରେ ଏଲଓସିରେ ସମରସଜ୍ଜା କରୁଛନ୍ତି। ଆମେ ଆମ ସୁରକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିଛୁ। ନିଜ ଦେଶକୁ ସୁରକ୍ଷା ଯୋଗାଇ ଦେବାର ଅଧିକାର ସମସ୍ତଙ୍କର ରହିଛି। କିନ୍ତୁ ପାକିସ୍ତାନ ଯଦି କୌଣସି ଦୁଃସାହାସ କରେ, ତା’ହେଲେ ଏହାର ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛି। ତେଣୁ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।”

କଶ୍ମୀର ପ୍ରସଙ୍ଗରେ ମତ ଦେଇ ସେ କହିଛନ୍ତି, “ପୂର୍ବରୁ କାଶ୍ମୀରବାସୀଙ୍କ ସହ ଆମେ ଯେମିତି ମିଳିତ ଭାବେ କାର୍ଯ୍ୟ କରୁଥିଲୁ ଏବେ ବି  ସମାନ ସ୍ଥିତି ରହିଛି। ୭୦ ଓ ୮୦ ଦଶକରେ ଆମେ ବିନା ବନ୍ଧୁକରେ କଶ୍ମୀରବାସୀଙ୍କୁ ସାକ୍ଷାତ କରୁଥିଲୁ। ଆଶା ଏବେ ସେଭଳି ସ୍ଥିତି ସୃଷ୍ଟି ହେବ।”

ଆହୁରି ପଢ଼ନ୍ତୁ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ

ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନାକୁ କେରଳର ନା

ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ନକଲି ପୁଲିସ ପରିଚୟରେ ୭ ମହିଳାଙ୍କୁ ବିବାହ ଓ ୬ ଜଣଙ୍କ ସହ ଯୌନସମ୍ପର୍କ

ଧର୍ମରୁ ଊର୍ଦ୍ଧ୍ୱରେ ଏଠି ସମ୍ପର୍କ; ବ୍ରାହ୍ମଣ ଦାଦାଙ୍କ ଶେଷକୃତ୍ୟ ସଂପନ୍ନ କଲେ ତିନି ମୁସଲିମ୍ ଭାଇ

ଭାରତ ସୀମାରେ ଚାଇନାର ପରମାଣୁ ଖଚିତ ଯୁଦ୍ଧ ଜାହାଜ

ବାକିରେ କାର୍‌ କିଣିଲେ, ହେଲେ ଋଣ ସୁଝି ପାରିଲେନି ପାକ୍ ମନ୍ତ୍ରୀ

ବୀମା ନ ଥିଲା ବୋଲି ବଳଦ ଗାଡ଼ି ନାଁରେ ଫାଇନ୍‌ କାଟିଲା ପୁଲିସ୍‌

ଫାରୁକ୍ ଅବଦୁଲ୍ଲାଙ୍କ ଅଟକ ନେଇ ଜବାବ ରଖିଲା କେନ୍ଦ୍ର

କର୍ଣ୍ଣାଟକ ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପରଲୋକରେ ସଞ୍ଜୀବ ଦତ୍ତା

You might also like