ଏନ୍‌ଡିଏ ଜିତିଲେ, ନୀତିଶ କୁମାର କ’ଣ ମୁଖ୍ୟମନ୍ତ୍ରୀ ହେବେ କି ? ବିଜେପି ରଖିଲା ଏମିତି ଉତ୍ତର

ପାଟନା: ବିହାରରେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ତାଙ୍କର ସହଯୋଗୀ ପାର୍ଟି ବିଜେପିର ଭରସା ଉପରେ ଥିବା ଜଣାପଡ଼ିଛି। ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ, ଏନ୍‌ଡିଏ ୧୨୮ ସିଟ୍‌ରେ ଆଗୁଆ ଥିବାବେଳେ ମହାମେଣ୍ଟ ୧୦୬ ସିଟ୍‌ରେ ଆଗୁଆ ରହିଛି।

ନିର୍ବାଚନ କମିଶନ ଟ୍ରେଣ୍ଡସ୍‌ ଅନୁସାରେ, ସମସ୍ତ ୨୪୩ ଆସନରୁ ଏନ୍‌ଡିଏ ୧୨୭ଟି ସିଟ୍‌ରେ ଆଗୁଆ ଥିବାବେଳେ, ମହାମେଣ୍ଟ (କଂଗ୍ରେସ, ବାମ ଦଳ ଏବଂ ଆର୍‌ଜେଡି) ୧୦୦ଟି ସିଟ, ବିଏସ୍‌ପି ୧, ଏଆଇଏମ୍‌ଆଇଏମ୍‌ ୩ ଏଲ୍‌ଜେପି ୫ ଓ ସ୍ୱାଧୀନ ଦଳ ୭ଟି ସିଟ୍‌ରେ ଆଗୁଆ ଅଛି।

ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ପୁଣିଥରେ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ ନା ନୂଆ ଚେହେରା ଦେଖିବାକୁ ମିଳିବ। ବିଜେପିର ଜଣେ ବରିଷ୍ଠ ନେତା ଜାତୀୟ ଗଣମାଧ୍ୟମ NDTVକୁ ସୂଚନା ଦେଇ କହିଛନ୍ତି, ‘ମୋଦିଜୀଙ୍କ ଛବି ଆମକୁ ଏହି ନିର୍ବାଚନରେ ଆଗକୁ ବଢ଼ାଇଛି। ସରକାର ଗଠନ ଓ ନେତୃତ୍ୱ କିଏ ନେବେ ସେସମ୍ପର୍କରେ ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନିଆଯିବ।’ ତାଙ୍କର ଏହି କଥାରୁ ଜଣାପଡ଼ୁଛି ଯେ, ବିଜେପି ବିହାରରେ ମୁଖ୍ୟମନ୍ତ୍ରୀ ଭାବେ ନୂଆ ଚେହେରା ଉପରେ ବିଚାର କରୁଛି। ଯେତେବେଳେ ତାଙ୍କୁ ଏସମ୍ପର୍କରେ ପଚରା ଯାଇଥିଲା ସେ କହିଥିଲେ, ‘ବିଜେପି ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାର ପ୍ରତିଶ୍ରୁତି ପାଳନ କରିବ।’

You might also like