କରୋନାରେ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ସରକାର ଯୋଗାଇ ଦେବେ ସହାୟତା ରାଶି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବେ ସେମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିପର୍ଯ୍ୟୟ ପାଣ୍ଠିରୁ ଖର୍ଚ୍ଚ ବାବଦରେ ଘୋଷଣା କରିଛି।
ଦେଶରେ ଏଯାବତ ୮୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବେ ସେମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତ ଯୋଗାଇ ଦିଆଯିବ।
କରୋନାରେ ଚୀନରେ ଏଯାବତ ୩୧୭୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦,୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ରହିଛନ୍ତି। ଚୀନ ପରେ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ସୂଚନା ରହିଛି। ଇଟାଲୀ ପରେ ଇରାନ ତୃତୀୟରେ ରହିଛି। ଏଯାବତ୍ ୫୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧,୩୬୪ ଜଣ ଚିକିତ୍ସାଧୀନ ରହିଛନ୍ତି। ଦକ୍ଷିଣ କୋରିଆରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୯୭୯ ଜଣ ଚିକିତ୍ସାଧୀନ ରହିଛନ୍ତି। ଆମେରିକାରେ ୪୩ ଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଥିବା ବେଳେ ୨୦୩୪ ଜଣ ସଂକ୍ରମିତ ରହିଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ଭାଇରସକୁ ବିଶ୍ୱବ୍ୟାପୀ ମହାମାରୀ (ପାଣ୍ଡେମିକ୍) ବୋଲି ଘୋଷଣା କରିଛି। ପଞ୍ଚମ ଦେଶ ଭାବରେ ଭାରତ ଅନ୍ୟ ଦେଶ ପାଖରୁ ସାମୟିକ ପାଇଁ ଅଲଗା ହୋଇଛି। ଏହା ପୂର୍ବରୁ ଚୀନ୍, ଜାପାନ, ଥାଇଲ୍ୟାଣ୍ଡ ଏବଂ ଆମେରିକା ଅନ୍ୟ ଦେଶ ପାଖରୁ ଅଲଗା ହୋଇଛନ୍ତି। ବ୍ୟବସାୟିକ, ବିମାନ ସେବା ଆଦି ଉପରେ ରୋକ୍ ଲଗାଯାଇଛି।