ନୂଆଦିଲ୍ଲୀ: ସାରା ଦେଶରେ କ୍ରମାଗତ ଭାବରେ ବଢୁଛି ତୈଳ ଦର। ଅନେକ ସ୍ଥାନରେ ଏବେ ୧୦୦ ଟଙ୍କା ଉପରେ ରହିଛି ତେଲ ଦର। ତେବେ ଦର ବୃଦ୍ଧିକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏପରି ଦରବୃଦ୍ଧିକୁ ସହଜରେ ଗ୍ରହଣ କରିନାହାନ୍ତି। ଆଜି ଦିଲ୍ଲୀର ବାସିନ୍ଦାମାନେ ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ମନଖୋଲା ବର୍ଷିଛନ୍ତି। ଖାଉଟିମାନେ କହିଛନ୍ତି ପ୍ରତିଦିନ ସରକାର ତୈଳ ଦର ବଢାଉଛନ୍ତି। କରୋନା ସମୟରେ ଏବେ ଅନେକ ବ୍ୟକ୍ତି ରୋଜଗାର ହରାଇଛନ୍ତି। ଦିନକୁ ୧୫୦ ଟଙ୍କା ରୋଜଗାର କରିବା ମଧ୍ୟ କଷ୍ଟ। ଆଉ ତେଲ ଲିଟରକୁ ୧୦୦ ଟଙ୍କା ହେଲାଣି। ଆମେ ଖାଇବୁ କଣ? ଚଳିବୁ କେମିତି ବୋଲି ପ୍ରଶ୍ନ କରିବା ସହ କାମ କଲେ ଯେଉଁଠି ୧୫୦ ଟଙ୍କା ମିଳୁଛି ସେଠି ୮୦ ଟଙ୍କାରେ ତେଲ ପକାଇବାକୁ ପଡ଼ୁଛି।

ଏହାସହ ଅନ୍ୟ କିଛି ଗ୍ରାହକମାନେ କହିଛନ୍ତି , ଆମ ରୋଜଗାର ୧ ଟଙ୍କା ବଢ଼ିବା ବେଳକୁ ଦରଦାମ୍‌ ସବୁ ୧୦ ଟଙ୍କା ବଢୁଛି। ତେବେ ଆମେ ଚଳିବୁ କେମିତି? ଯଦି ପେଟ୍ରୋଲ ଓ ଡିଜେଲର ଦାମ୍‌ ବଢିବ ତେବେ ସବୁର ଦରଦାମ ବଢିବ। ଏଥିରେ କୌଣସି ସନ୍ଦେହ ନାହିଁ। କେବଳ ତେଲ ନୁହେଁ ବରଂ ସିଲିଣ୍ଡରର ଦାମ ହୁ ହୁ ହୋଇ ବଢୁଛି। ସାଧାରଣ ଜୀବନରେ ବଂଚିବା କଷ୍ଟ ହୋଇଗଲାଣି ବୋଲି ଦିଲ୍ଲୀ ବାସିନ୍ଦାମାନେ ଗଣମାଧ୍ୟମ ଆଗରେ କହିଛନ୍ତି। କେବଳ ଚଳିବା ନୁହେଁ ବରଂ ପିଲାଙ୍କ ପାଠ ପଢ଼ା ସହ ଘର ଭଡ଼ା, ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରହିଛି। କିନ୍ତୁ ଦର ଏମିତି ଭାବରେ ବଢୁଛି ଯାହାକୁ ନେଇ ରାତିରେ ନୀଦ ବି ଠିକ୍‌ ଭାବରେ ହେଉନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ମାସକୁ ୧୦ ହଜାର ଦରମା ଆସିଲେ ଆଗେ ଗାଡ଼ିରେ ୩ ରୁ ୪ ହଜାର ଟଙ୍କାର ତେଲ ପକାଇବାକୁ ପଡ଼ୁଛି। ଆଉ ପିଲାଙ୍କ ପଢ଼ା ଖର୍ଚ୍ଚ ଏବେ କେତେ ମହଙ୍ଗା ତାହା କାହାକୁ ଅଛପା ନାହିଁ ବୋଲି ଗ୍ରାହକମାନେ କହିଛନ୍ତି। ତେବେ ସରକାର ତେଲ ଦାମ୍‌ କମାଇବାର ନିତ୍ୟାନ୍ତ ଆବଶ୍ୟକତା ରହିଥିବା ଗ୍ରାହକମାନେ କହିଛନ୍ତି।

ସୂଚନା ଅନୁସାରେ, ଗୁରବାର ପେଟ୍ରୋଲ-ଡିଜେଲ ମୂଲ୍ୟ ସ୍ଥିର ରହିବା ପରେ ଆଜି ପୁଣି ଥରେ ବୃଦ୍ଧି ପାଇଛି । ସରକାରୀ ତେଲ କମ୍ପାନୀ ଗୁଡ଼ିକ ୧୮ ଜୁନ ୨୦୨୧ ଅର୍ଥାତ୍ ଆଜି ପେଟ୍ରୋଲ ଲିଟର ପିଛା ମୂଲ୍ୟ ୨୭ ପଇସା ବୃଦ୍ଧି କରିଛନ୍ତି ଅନ୍ୟପଟେ ଡିଜେଲ ଲିଟର ପିଛା ୨୮ ପଇସା ବୃଦ୍ଧଇ ପାଇଛି । ଏହି ବୃଦ୍ଧି ପରେ ରାଜଧାନୀ ଦିିଲ୍ଲୀରେ ପୋଟ୍ରାଲ ଲ ମୂଲ୍ୟ ବ୍ୟଦ୍ଧି ପାଇ ୯୬.୯୩ ଟଙ୍କାରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ମୂଲ୍ୟ ରହିଛି ୮୭.୬୯ ଟଙ୍କା। ତେବେ ଦେଖାଯାଉ କେବେ ସରକାର ତୈଳ ଦର କମାଉଛନ୍ତି।

 

Other Stories