୧ ଟଙ୍କାରେ ଇଡ୍‌ଲି ବିକ୍ରି କରୁଥିବା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ଧର୍ମେନ୍ଦ୍ର

ମିଳିଲା ଏଲ୍‌ପିଜି ସଂଯୋଗ

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ଏକ ଖବର ସାମ୍ନାକୁ ଆସିଥିଲା। ତାମିଲ୍‌ନାଡୁର ଜଣେ ୮୦ ବର୍ଷୀୟ ବୃଦ୍ଧା ଇଡ୍‌ଲି ସମ୍ବର ପ୍ଲେଟ୍‌କୁ ୧ଟଙ୍କାରେ ବିକୁଥିଲେ। ଆଜିକାଲିର ବ୍ୟୟସାପେକ୍ଷ ସମାଜରେ ଏତେ କମ୍‌ ଦାମ୍‌ରେ ସେ ଇଡ୍‌ଲି ସମ୍ବର ବିକ୍ରି କରୁଥିବାରୁ ଲୋକମାନେ ତାଙ୍କର ଖୁବ୍‌ ପ୍ରଶଂସା କରିଥିଲେ। କେବଳ ସାଧାରଣ ଲୋକ ନୁହନ୍ତି, ବୃଦ୍ଧାଙ୍କ ପ୍ରଶଂସା ଖୋଦ୍‌ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରପର୍ସନ୍‌ ତଥା ପ୍ରସିଦ୍ଧ ବିଜ୍‌ନେସ୍‌ମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା କରିଥିଲେ ଓ  ସହାୟତାର ହାତ ବଢାଇଥିଲେ।  ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କୁ ସହାୟତାର ହାତ ବଢାଇଛନ୍ତି।

ତାମିଲ୍‌ନାଡୁର ବଦିଭେଲମ୍‌ପାଲ୍ୟମର ୮୦ ବର୍ଷୀୟା ବୃଦ୍ଧା କେ. କମଲାଥାଲ୍‌। ପରିଣତ ବୟସରେ ବି ସେ ଅନ୍ୟମାନଙ୍କ ପାଇଁ ଚିନ୍ତା କରନ୍ତି। କେମିତି ଲୋକେ ଗଣ୍ଡେ ଭଲରେ ଖାଇବେ ସେହି ଲକ୍ଷ୍ୟ ନେଇ ସେ  ସବୁଦିନ ତାଙ୍କର ଦୋକାନ ଖୋଲନ୍ତି। ୩୦ ବର୍ଷ ହେବ କମଲାଥାଲ୍‌ ଗୋଟେ ଇଡ୍‌ଲି ସମ୍ବର ଦୋକାନ କରିଛନ୍ତି। କମଲାଥାଲ୍‌ଙ୍କ ପରି ସେ ଦୋକାନ ବି ସାଧାରଣ ଦୋକାନ ନୁହେଁ। କାରଣ ଏହି ଦୋକାନରେ ଟଙ୍କାଟେ ଦେଲେ ପ୍ଲେଟ୍‌ରେ ଗୋଟେ ବଡ଼ ଇଟ୍‌ଲି ସହ କିଛି ଚଟପଟା ଚଟଣୀ ମିଳିଯାଏ।

ଯୌଥ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କମଲାଥାଲ୍‌। ପିଲାଦିନୁ ରୋଷେଇ କରି ପୂରା ପରିବାରକୁ ଖୁଆଇବାର ଇଚ୍ଛା ଆଉ ଅଭ୍ୟାସ ଥିଲା। ପରିବାରରେ ସମସ୍ତେ ଶାନ୍ତିରେ ଖାଇଲେ କମଲାଥାଲ୍‌ଙ୍କ ପେଟ ପୂରିଯାଏ। ଖାଇବା ପ୍ରସ୍ତୁତ କରିବା ଏବଂ ଖୁଆଇବା ଏ ଦୁଇଟି ତାଙ୍କ ଜୀବନର ଦୁଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ସେଥିପାଇଁ ତ ସେ ବିନା କ୍ଲାନ୍ତିରେ ଲୋକମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରନ୍ତି। କମଲାଥାଲ୍‌ ଏକାକି ତାଙ୍କ ଦୋକାନର ସମସ୍ତ ଦାୟିତ୍ୱ ନେଇଛନ୍ତି। ରାତିରେ ବିରି, ଚାଉଳ ବତୁରେଇ ତାକୁ ବାଟିକି ରଖନ୍ତି ଏବଂ ସକାଳେ ଇଟ୍‌ଲି ପ୍ରସ୍ତୁତ କରନ୍ତି।

ଦିନକୁ ସେ ୧୦୦୦ରୁ ଅଧିକ ଇଡ୍‌ଲି ବିକ୍ରି କରୁଛନ୍ତି। ଦଶ ବର୍ଷ ପୂର୍ବେ  କମଲାଥାଲ୍‌ ଇଟ୍‌ଲି ପ୍ଲେଟ୍‌ ୫୦ ପଇସା ରଖିଥିଲେ। ତା’ପରେ ସେ ଆଉ ୫୦ ପଇସା ବଢ଼େଇ ପ୍ଲେଟ୍‌ ପିଛା ଏବେ ଏକ ଟଙ୍କା ରଖିଛନ୍ତି।

ଆଉ ଏତେ କମ୍‌ ଦାମ୍‌ ରଖିବା ପଛରେ କମଲାଥାଲ୍‌ଙ୍କର ଏକ ସୁନ୍ଦର ଉଦ୍ଦେଶ୍ୟ ରହିଛି। ତାଙ୍କ କହିବା ଅନୁଯାୟୀ ବଦିଭେଲମ୍‌ପାଲ୍ୟମର ପ୍ରାୟ ଲୋକ ନିମ୍ନ ମଧ୍ୟମ ବର୍ଗର । ଅଧିକାଶଂ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ଏପରି ସ୍ଥିତିରେ ୧୫-୨୦ ଟଙ୍କା ଖର୍ଚ୍ଚ କରି ଜଳଖିଆ ଖାଇବା ସବୁ ଲୋକଙ୍କ ପକ୍ଷେ କଷ୍ଟକର।

ତେବେ ଏହି ବ୍ୟବସାୟରୁ ସେ କ’ଣ ଲାଭ ପାଆନ୍ତି ବୋଲି କମଲାଥାଲ୍‌ଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ,  ସେଇଟା ତାଙ୍କର ମୁଖ୍ୟ ଲକ୍ଷ୍ୟ ନୁହେଁ।  କିଛି ଲୋକ ତାଙ୍କୁ  ଦର ବଢ଼େଇବାର ପ୍ରସ୍ତାବ ଦେଇଥିଲେ। ସେ କିନ୍ତୁ ମନା କରିଦେଇଥିଲେ। ସେ କହିଥିଲେ ଯେ, ସେ  ଗରିବ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଯେଉଁମାନଙ୍କୁ ଖାଦ୍ୟର ଆବଶ୍ୟକତା ରହିଛି ଯେଉଁମାନେ ନିହାତି ଭୋକିଲା, ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛି। ଭୋକିଲା ପେଟକୁ ନେଇ କି ବ୍ୟବସାୟ ବୋଲି କହିଥିଲେ ଏହି ବୃଦ୍ଧା।

 

ଆହୁରି ପଢ଼ନ୍ତୁ

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

You might also like