ସ୍ଥଗିତ ରହିଲା ଆଇସିଏସଇ ଓ ଆଇଏସସି ବୋର୍ଡ ପରୀକ୍ଷା
ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ହେବାକୁ ଥିବା ବିଭିନ୍ନ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଗତକାଲି ସିବିଏସ୍ଇ ୧୯ରୁ ୩୧ ଯାଏ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଥିବା ବେଳେ ଆଜି ଆଇସିଏସଇ ଓ ଆଇଏସସି ସମାନ ପଦକ୍ଷେପ ନେଇଛନ୍ତି। ଆଜିଠାରୁ ମାର୍ଚ୍ଚ ୩୧ ମଧ୍ୟରେ ହେବାକୁ ଥିବା ଆଇସିଏସଇ ଓ ଆଇଏସସି ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।
ଆଇସିଏସଇ ପରିଷଦ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ “କରୋନା ଭାଇରସ ଦେଶରେ ବ୍ୟାପୁଥିବାରୁ ପରିଷଦ ପିଲାମାନଙ୍କର ଓ ଶିକ୍ଷକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୯ ତାରିଖରୁ ୩୧ ତାରିଖ ଯାଏ ୨୦୨୦ ବର୍ଷ ପାଇଁ ହେବାକୁ ଥିବା ଆଇସିଏସଇ ଓ ଆଇଏସସି ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ସ୍ଥିତିରେ ସୁଧାର ଆସିଲେ ପରୀକ୍ଷା ତାରିଖ ଘୋଷଣା କରାଯିବ।”
ସୂଚନାଥାଉ କି, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକ ଗୁଡ଼ିକୁ ମଧ୍ୟ ପରୀକ୍ଷା ମାର୍ଚ୍ଚ ୩୧ ଯାଏ ବନ୍ଦ କରିବାକୁ କହିଛି। ଏପରିକି ଦେଶର ବିଭିନ୍ନ ସେଣ୍ଟରରେ ଚାଲିଥିବା ପରୀକ୍ଷା ଖାତା ମୂଲ୍ୟାୟନକୁ ମଧ୍ୟ ଚଳିତ ମାସ ୩୧ ତାରିଖ ଯାଏ ବନ୍ଦ ରଖିବାକୁ CBSE ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।