ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଖାଇଥିବା ଲୋକଙ୍କ ଅବସ୍ଥା କଣ ହେଲା? ତଥ୍ୟ ରଖିଲା ICMR

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ କେଉଁ ଔଷଧ ଦିଆଯିବ? ରେମଡେସିଭିର୍ ନା ହାଇଡ୍ରକ୍ସି କ୍ଲୋରୋକୁଇନ୍ ? ତାକୁ ନେଇ ଗବେଷଣା ଜାରି ରହିଛି ବୋଲି ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ICMR ଉପନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର। ରେମଡେସିଭିର୍ ଇବୋଲାରେ ଭଲ କାମ କରିଥିବାରୁ ଆଶା ବଢ଼ିଛି।

ତେବେ ପରୀକ୍ଷା ନିରୀକ୍ଷା ଚାଲିଛି, ଆଶା କରାଯାଉଛି ଭଲ କାମ କରିବ ବୋଲି ଗଙ୍ଗାଖେଡକର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ହାଇଡ୍ରକ୍ସି କ୍ଲୋରୋକୁଇନ ପାଇଁ ଆମେ ପରୀକ୍ଷା ନିରୀକ୍ଷା ଚଳାଇଛୁ।

ଯେଉଁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଏହା ଦିଆଯାଇଥିଲା, ସେମାନଙ୍କ ଠାରୁ ତଥ୍ୟ ଆଣୁଛୁ। ତେବେ ହାଇଡ୍ରକ୍ସି କ୍ଲୋରୋକୁଇନ ଦ୍ୱାରା ପେଟ ବ୍ୟଥା ହେଉଥିବା ନେଇ କିଛି ଅଭିଯୋଗ ଆସୁଥିବା କହିଛନ୍ତି ଗଙ୍ଗାଖେଡ଼କର। ଆଉ କିଛି ସେବନକାରୀଙ୍କୁ ବାନ୍ତି ହେଉଥିବା ମଧ୍ୟ ଅଭିଯୋଗ ଆସିଛି।

ତେଣୁ କେଉଁ ଔଷଧ ବେଶୀ ଉପଯୋଗୀ ହେବ ସେନେଇ ପରୀକ୍ଷା ନିରୀକ୍ଷା ଜାରି ରଖିଛୁ ବୋଲି ଗଙ୍ଗାଖେଡ଼କର ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି।

You might also like