ସବୁ କରୋନା ଯୋଦ୍ଧା ଖାଇପାରିବେ ହୋଇଡ୍ରକ୍ସିକ୍ଲୋରୋକ୍ୱିନ୍

ନୂଆଦିଲ୍ଲୀ: ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ହୋଇଡ୍ରକ୍ସି କ୍ଲୋରୋକ୍ୱିନ୍ ବ୍ୟବହାର ଉପରେ ପରିବର୍ତ୍ତିତ ଗାଇଡଲାଇନ ଜାରି କରାଯାଇଛି। ଅଣ କୋଭିଡ୍ ହସ୍ପିଟାଲରେ କାଯ୍ୟରତ ସ୍ୱାସ୍ଥ୍ୟକର୍ମୀ, କଣ୍ଟେନମେଣ୍ଟ ଜୋନରେ ସର୍ଭେଲାନ୍ସ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ କରୋନା ସଂକ୍ରମଣ କାର୍ଯ୍ୟ ତଦାରଖ କରୁଥିବା ପୋଲିସ ଓ ଅର୍ଦ୍ଧସାମରିକ ବଳ କର୍ମଚାରୀ ଏହାକୁ ପ୍ରତିଷେଧକ ଭାବେ ବ୍ୟବହାର କରିପାରିବେ।

ହାଇଡ୍ରକ୍ସି କ୍ଲୋରୋକ୍ୱିନକୁ ବ୍ୟବହାରକୁ ନେଇ ଆଇସିଏମଆର ମଧ୍ୟ ଚେତାବନୀ ଦେଇଛି । ଏହି ମେଡିସିନ୍ ଖାଇବା ପରେ ଆଶ୍ୱସ୍ତ ହୋଇଯିବା ଉଚିତ୍ ନୁହେଁ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି ।

ସ୍ୱାସ୍ଥ୍ୟ ସେବା ଡିଜିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକପରେ ଆଇସିଏମଆର ପକ୍ଷରୁ ପରିବର୍ତ୍ତିତ ଗାଇଡଲାଇନ ଜାରି ହୋଇଛି ।

You might also like