ଭକ୍ତି ସଂଗୀତ ଗାଇ ମନ ମୋହିଲେ ବରିଷ୍ଠ ଆଇଏଏସ୍

ନୂଆଦିଲ୍ଲୀ: ପ୍ରତିଭା କେବେ ଲୁଚି ରହେନା। ସେ ଛୋଟ ହେଉ ଅବା ବଡ଼। ଜଣେ ବରିଷ୍ଠ ପ୍ରଶାସକ ତାଙ୍କର ବ୍ୟସ୍ତବହୁଳ ଟିକିଏ ଫୁରସତ୍ ମିଳିଲେ ସଂଗୀତର ସ୍ୱର ଭିତରେ ସେ ଯେପରି ହଜିଯାଆନ୍ତି। ଏମିତି ଜଣେ ପ୍ରସାଶକ ଯିଏକି ଭକ୍ତି ସଙ୍ଗୀତ ଗାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି।

ଜଣେ ବରିଷ୍ଠ ପ୍ରଶାସକ ହେଉଛନ୍ତି IAS ରାକ୍ଷୀ ଗୁପ୍ତା। ସେ ଗାଇଥିବା ଏକ ସଙ୍ଗୀତ ଗତ ୧୮ ତାରିଖରେ ୟୁ ଟ୍ୟୁବ୍‌ରେ ସେୟାର କରାଯାଇଥିଲା। ଏହାର କ୍ୟାପସନ୍‌ରେ ରାକ୍ଷୀ ଗୁପ୍ତା ଏହି ସୁନ୍ଦର ଗୀତଟି ଗାଇଛନ୍ତି। ଗୀତଟି ଜଣେ ଭକ୍ତର ଭଗବାନ କୃଷ୍ଣ ଏବଂ ବ୍ରଜଧାମ ପ୍ରତି ଭାବାବେଗକୁ ପ୍ରକାଶ କରୁଛି। ତେବେ ରାକ୍ଷୀ ଏହି ସଙ୍ଗୀତଟିକୁ ତାଙ୍କ ମା’ ମିନା ଗୁପ୍ତା ଏବଂ ପରିବାର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।

ରାଧାକୃଷ୍ଣଙ୍କ ଉପରେ ଆଧାରିତ ଏହି ୪.୩୦ ମିନିଟ୍‌ର ସଙ୍ଗୀତକୁ ଗୌରବ ଦେବ୍ ଏବଂ କାର୍ତ୍ତିକ ଦେବ୍‌ ସଂଯୋଜନା କରିଛନ୍ତି। ତାଙ୍କର ଗୀତକୁ ଲକ୍ଷାଧିକ ଦର୍ଶକ ପସନ୍ଦ କରିବା ସହ ଇଣ୍ଟରନେଟ୍ ବ୍ୟବହାରକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତେବେ ଏହି ଭିଡିଓଟିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଏ ପର୍ଯ୍ୟନ୍ତ ପାଖାପାଖି ୨ ଲକ୍ଷ ଲୋକ ଦେଖି ଏହାକୁ ସାରିଲେଣି।

 

ଆହୁରି ପଢ଼ନ୍ତୁ

କାଲି ଭାରତ ବନ୍ଦ, ଗଡ଼ିବନି ଅଖ-ଚକ

ହେଡ୍‌ଫୋନ୍‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ମର୍ଣ୍ଣିଂ ୱାକ୍‌ କରୁଥିଲେ; ମାଡ଼ି ଆସିଲା ଟ୍ରେନ୍‌, ତା’ପରେ…

ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

You might also like