ଜାମ୍ମୁ-କାଶ୍ମୀର ପାଇଁ ଇସ୍ତଫା ଦେଲେ ଆଇଏଏସ୍‌ ଅଫିସର୍

ଥିରୁଅନନ୍ତପୁରମ: ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ଦେଖାଦେଇଥିବା ସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ୩୩ ବର୍ଷୀୟ ଆଇଏଏସ୍ ଅଫିସର କାନନ ଗୋପୀନାଥ ଇସ୍ତଫା ଦେଇଛନ୍ତି। ଅଗଷ୍ଟ ୨୧ ତାରିଖ ଦିନ ଦାଦରା ନଗର ହାବେଳିର ଏହି ଯୁବ ଆଇଏଏସ ଅଫିସର ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ନିକଟକୁ ପଠାଇ ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀରବାସୀ ମୌଳିକ ଅଧିକାରରୁ ବଞ୍ଚିତ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ଯାହା ଉପରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଛନ୍ତି। ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ଠିକ୍ କି ଭୁଲ୍ ସେ ବାବଦରେ କିନ୍ତୁ ଗୋପୀନାଥ ତାଙ୍କର ନିଜର ମତାମତ ରଖି ନାହାନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗୋପୀନାଥ କହିଛନ୍ତି ‘ଜାମ୍ମୁ କାଶ୍ମୀରରେ ୨୦ ଦିନ ହେଲା ଧାରା ୩୭୦ ଉଚ୍ଛେଦ ହୋଇଛି। ଏଯାଏ କିନ୍ତୁ ଲକ୍ଷ ଲକ୍ଷ ଜାମ୍ମୁ-ଶ୍ମୀରବାସୀ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ। ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଜାମ୍ମୁ କାଶ୍ମୀରବାସୀ ଯଦି ବି ଆନ୍ଦୋଳନ କରିଥାନ୍ତେ, ତାହା ତାଙ୍କର ମୌଳିକ ଅଧିକାର। ଦେଶର ଗୋଟିଏ ରାଜ୍ୟରେ ଏଭଳି ସ୍ଥିତି ରହିଥିବା ବେଳେ ସାରା ଭାରତ ଏହାକୁ ସମର୍ଥନ କରୁଛି’ ବୋଲି ସେ କହିଛନ୍ତି।

ଏଥିସହ ଜାମ୍ମୁ କାଶ୍ମୀରର ଜଣେ ଆଇଏଏସରୁ ରାଜନେତା ପାଲଟିଥିବା ଶାହ ଫେଜାଲଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଶ୍ରୀନଗର ଫେରାଇ ଦେବା ନିଷ୍ପତ୍ତିକୁ ମଧ୍ୟ ସେ ବିରୋଧ କରିଛନ୍ତି। ଇସ୍ତଫା ପରେ ଆଗାମୀ ଦିନରେ ସେ କ’ଣ କରିବେ ସେ ନେଇ ଆଇଏଏmd ଅଫିସର ଗୋପୀନାଥ କୌଣସି ସୂଚନା ଦେଇ ନାହାନ୍ତି।

ସୂଚନାଯୋଗ୍ୟ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଆଇନ ଶୃଙ୍ଖଳା ଖରାପ ହୋଇପାରେ ଆଶଙ୍କା କରି ଧାରା ୧୪୪ ଲାଗୁ କରିଥିଲେ। ଏଥିସହ ଆତଙ୍କବାଦୀ ଆଶଙ୍କା ଥିବାରୁ ସମସ୍ତ ସ୍ଥାନରେ ଅତିରିକ୍ତ ସେନା ମୁତୟନ କରିଥିଲେ। ଏମିତିକି ଫୋନ୍ ଏବଂ ଇଣ୍ଚରନେଟ୍ ସେବା ବନ୍ଦ ରହିଥିଲା। ଚଳିତ ସପ୍ତାହର ଆରମ୍ଭରୁ ଜାମ୍ମୁ କାଶ୍ମୀରରେ ଧାରା ୧୪୪ କୋହଳ କରାଯିବା ସହିତ ସମସ୍ତ ସ୍କୁଲ, କଲେଜ ଏବଂ ସରକାରୀ କାର୍ଯ୍ୟାଳୟ ଖୋଲା ରହିଛି।

ଦାଦରା ନଗର ହାବେଲିର ଏହି ଯୁବ ଆଇଏଏସ ଅଫିସର ତାଙ୍କ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସ୍ଥାନୀୟ ସରକାରଙ୍କ ବିଦ୍ୟୁତ୍ ବିଭାଗ କ୍ଷତିରେ ଚାଲୁଥିବା ବେଳେ ସେ ତାଙ୍କର ନିଜସ୍ୱ ଉଦ୍ୟମ ବଳରେ ଏହି ବିଭାଗକୁ ଲାଭରେ ପରିଣତ କରାଇଥିଲେ।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like