ଭାରତୀୟ ବାୟୁ ସେନାର MiG‌ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା‌(IAF)ର ଏକ ମିଗ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଗ୍ରୁପ୍‌ କ୍ୟାପ୍ଟେନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସେଣ୍ଟ୍ରାଲ୍‌ ଇଣ୍ଡିଆଏୟାର୍‌ବେସ୍‌ରେ ଆଜି ସକାଳେ IAFର ଏକ MiG-21 Bison ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। combat ଟ୍ରେନିଂ ମିଶନ ପାଇଁ ବିମାନଟି ଉଡ଼ାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଗ୍ରୁପ୍‌ କ୍ୟାପ୍ଟେନ ଏ ଗୁପ୍ତାଙ୍କ ମୃତ୍ୟୁ ଘଟିଛି। କେଉଁ କାରଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ସେନେଇ କୋର୍ଟ ଅଫ୍‌ ଇନ୍‌କ୍ୱାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like