ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ନୂଆଦିଲ୍ଲୀ: ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ଭାରତୀୟ ବାୟୁସେନା ୪୦ ହଜାର କୋଟି ଟଙ୍କା ଦାବି କରିଛି।  ଚୁକ୍ତି ହୋଇଥିବା ଯୁଦ୍ଧାସ୍ତ୍ର ନୂଆ ଉପକରଣ କିଣିବା ଲାଗି ୪୦ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ବାୟୁସେନା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଜଣାଯାଇଛି।

ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବାୟୁସେନା ଅଧିକାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ସରକାରଙ୍କ ପକ୍ଷରୁ ୩୯ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ, ଆଉ ଅଧିକ ୪୦ ହଜାର କୋଟି ଟଙ୍କା ଆବଶ୍ୟକ ରହିଥିବା ସଂପୃକ୍ତ ଅଧିକାରୀ କହିଛନ୍ତି। ଅଧିକାରୀ ଆହୁରି କହିଛନ୍ତି ଯେ, ବାୟୁସେନା ଯାହା ଆବଶ୍ୟକ କରୁଛି, ସେଥିଲାଗି ସରକାରଙ୍କ ଅନୁଦାନ କାଣିଚାଏ ଆବଶ୍ୟକତା ପୂରଣ କରିପାରିବନି। ଏଣୁ ଡିସେମ୍ବରରେ ହେବାକୁ ଥିବା ସଂଶୋଧିତ ଅଟକଳରେ ଏହାକୁ ସାମିଲ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ଟଙ୍କାରେ ୧୧୪ଟି ମଧ୍ୟମ ଓଜନ ବିଶିଷ୍ଟ ଯୁଦ୍ଧ ଜାହାଜ, ୮୩ଟି ଏଲସିଏ, ୩୩ଟି ମିଗ୍-୨୯ଏସ୍ ଓ ସୁଖୋଇ-୩୦ଏସ୍, ୫୬ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଏବଂ ୭୦ଟି ବେସିକ୍ ଟ୍ରେନର ଏୟାରକ୍ରାଫ୍ଟ କିଣାଯିବାକୁ ଯୋଜନା ହୋଇଛି।

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ: ହର୍ଷବର୍ଦ୍ଧନ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

You might also like