ପାକିସ୍ତାନ ପଟୁ ଭାରତ ସୀମାକୁ ପଶି ଆସିଲା କାର୍ଗୋ ବିମାନ

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ଭାରତୀୟ ବାୟୁ ସୀମା ଭିତରକୁ ପଶି ଆସିଥିବା ଏକ ବିମାନକୁ ଜୟପୁରରେ ବାଧ୍ୟତାମୂଳକ ଜରୁରୀକାଳୀନ ଅବତରଣ କରାଯାଇଛି।

ସୂଚନା ଅନୁସାରେ, ଗତକାଲି ପାକିସ୍ତାନ ବାୟୁସୀମାରୁ ଜର୍ଜିଆର ଏକ କାର୍ଗୋ ବିମାନ ଆଣ୍ଟୋନଭ-୧୨ ଏୟାର ଟ୍ରାଫିକ ନିୟମକୁ ଅଣଦେଖା କରି ଭାରତୀୟ ବାୟୁ ସୀମାରେ ପ୍ରବେଶ କରିଥିଲା।  ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ଠାବ କରିବା ପରେ ସମ୍ପର୍କ ରକ୍ଷା ପାଇଁ ଚାହିଁଥିଲେ। କିନ୍ତୁ ପାଇଲଟ କିଛି ଉତ୍ତର ଦେଇନଥିଲେ।

ପରେ IAFର ଦୁଇଟି ସୁଖୋଇ ବିମାନ ସହାୟତାରେ ଉକ୍ତ ବିମାନକୁ ଜୟପୁରରେ ଜରୁରୀ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା।  ଏଟିଏସ୍‌ ନିୟମ ଭାଙ୍ଗିଥିବା ବିମାନ ଜର୍ଜିଆରୁ ଆସୁଥିଲା ଏବଂ ଏହା ଦିଲ୍ଲୀ ରୁଟ୍ ଦେଇ ଯିବାର ଥିଲା। ତେବେ ବିମାନରୁ କୌଣସି ସନ୍ଦିଗ୍ଧ ପଦାର୍ଥ କିମ୍ବା ସାମଗ୍ରୀ ମିଳିନାହିଁ।

You might also like