ରାଡାର ଇମେଜ୍ ଉପସ୍ଥାପନ କରି ପ୍ରମାଣ ଦେଲା ଭାରତୀୟ ବାୟୁସେନା

ପାକିସ୍ତାନର F-16କୁ ଖସାଇଥିଲେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ :  ବାଲାକୋଟ୍ କାର୍ଯ୍ୟାନୁଷ୍ଠାନର ପରବର୍ତ୍ତୀ ଛକାପଞ୍ଝା ବେଳେ ପାକିସ୍ତାନର F-16କୁ ଖସାଇଥିଲେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ରାଡାର ଇମେଜ୍ ଉପସ୍ଥାପନ କରି ଆଜି ଏହାର ପ୍ରମାଣ ଦେଇଛି ଭାରତୀୟ ବାୟୁସେନା।

ଏଲଓସିରେ ନିୟୋଜିତ ଆଓ୍ୱାକ୍ସ ରାଡାର ଦ୍ୱାରା ଉତ୍ତୋଳିତ ଚିତ୍ରରୁ ଏହାର  ସ୍ପଷ୍ଟ ପ୍ରମାଣ ମିଳିଥିବା ଏୟାର ଭାଇସ ମାର୍ଶାଲ RGK କପୁର କହିଛନ୍ତି। ଗତ ଫେବ୍ରୁଆରୀ ୨୭ ତାରିଖରେ ଏଲଓସିରେ ପାକ୍ ବାୟୁସେନାର ଏକ F-16 ବିମାନକୁ ଭାରତୀୟ ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଖସାଇ ଦେଇଥିଲେ। ତେବେ ଫାକିସ୍ତାନ ଭାରତର ଏ ଦାବିକୁ ଅସ୍ୱୀକାର କରିଆସୁଛି।

ସେହିପରି ପାକିସ୍ତାନର ସମସ୍ତ F-16 ସୁରକ୍ଷିତ ଥିବା ନେଇ ଏକ ଆମେରିକା ଜର୍ଣ୍ଣାଲ ଖବର ପ୍ରକାଶ କରିଥିଲା। ତେବେ ଭାରତୀୟ ବାୟୁସେନା ଏହି ରିପୋର୍ଟକୁ ଅଗ୍ରାହ୍ୟ କରିବା ସହ ପ୍ରମାଣ ସ୍ୱରୂପ ରାଡାର ଇମେଜ୍ ଜାରି କରିଛି।

You might also like