କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗୁଜବ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମିଛ ଅପପ୍ରଚାର ହେଉଥିବାରୁ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ନିଜେ ଗୃହମନ୍ତ୍ରୀ ।

ସେ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏବଂ କରୋନା ମହାମାରୀକୁ ନେଇ ସରକାରଙ୍କ ଲଢ଼େଇରେ ବ୍ୟସ୍ତ ରହୁଛି।  ଫେସବୁକ, ଟୁଇଟର ସମେତ ଅନ୍ୟ  ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଚାରିତ ହେଉଥିବା ଅଯଥା ମନଗଢ଼ା ଓ ଗୁଜବକୁ ଖଣ୍ଡନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏମିତି ଅନେକ ଅଛନ୍ତି ଯେଉଁମାନେ ମୋ ମୃତ୍ୟୁର ବି କାମନା କରୁଛନ୍ତି  ସେମାନଙ୍କ ପ୍ରତି ମୋର କୌଣସି ଖରାପ ମନୋଭାବ ନାହିଁ। ମୋର ସମସ୍ତ ଶୁଭେଚ୍ଛୁ ଓ ଶୁଭାକାଂକ୍ଷୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଯେଉଁମାନେ ମୋ ସ୍ୱାସ୍ଥ୍ୟକୁ ନେଇ ସତରେ ଚିନ୍ତା ପ୍ରକଟ କରିଥିଲେ ବୋଲି କହିଛନ୍ତି ଅମିତ ଶାହ।

You might also like