ଲକ୍‌ଡାଉନ୍‌ ନିୟମ ଭାଙ୍ଗିବାରୁ ମା’ଙ୍କୁ ଗାଁରେ ପଶିବାକୁ ଦେଲାନି ପୁଅ

ହାଇଦ୍ରାବାଦ: ତେଲେଙ୍ଗାନାର ଅନେକ ଗାଁ ଲକ୍‌ଡାଉନ୍‌ର ନିୟମକୁ କଡାକଡି ଭାବେ ପାଳନ କରୁଛନ୍ତି। କେତେକ ଗାଁର ଲୋକମାନେ ସେମାନଙ୍କ ଯିବା ଆସିବା ବାଟରେ ବ୍ୟାରିକେଡ୍ ଲଗାଇ ଗାଁକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ସେମାନେ ନା କାହାକୁ ଗାଁରୁ ବାହାରକୁ ଯିବାକୁ ଦେଉଛନ୍ତି ନା କାହାକୁ ଗାଁ ଭିତରକୁ ପଶିବାକୁ ଦେଉଛନ୍ତି। ହାଇଦ୍ରାବାଦାର ସାଙ୍ଗାରେଡି ଗ୍ରାମରେ ଲକ୍‌ଡାଉନ୍‌ ନିୟମକୁ ନେଇ ସେଠାକାର ସରପଞ୍ଚ ଏତେ କଠୋର ଯେ ଗାଁର ବହାରକୁ ଯାଇଥିବା ନିଜ ମା’ଙ୍କୁ ମଧ୍ୟ ଗାଁ ଭିତରକୁ ପଶିବାକୁ ଦେଇନଥିଲେ।

ସରପଞ୍ଚଙ୍କ କହିବା ଅନୁଯାୟୀ, ତାଙ୍କ ମା’ ତୁଲ୍‌ସମା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଯେତେବେଳେ ସେ ଗାଁକୁ ଫେରିଥିଲେ ତାଙ୍କୁ ଗାଁର ପଶିବାକୁ ଦେଇନଥିଲେ। ସରପଞ୍ଚ ତାଙ୍କୁ ସମ୍ପର୍କୀୟଙ୍କ ଘରକୁ ପୁର୍ନବାର ଫେରିଯିବାକୁ କହିଥିଲେ। ଗାଁରେ ପଶିବାକୁ ସେ ଜିଦ୍‌ କରିବା ସହ ଝଗଡା ମଧ୍ୟ କରିଥିଲେ। ବାହାରେ ମଧ୍ୟ ଦୀର୍ଘ ସମୟ ଅପେକ୍ଷା କରିଥିଲେ। କିନ୍ତୁ ତାଙ୍କୁ ଗାଁରେ ପଶିବାକୁ ଦିଆଯାଇନଥିଲା। ତେଣୁ ବାଧ୍ୟ ହୋଇ ସେ ଫରିଯାଇଥିଲେ।

ସରପଞ୍ଚ ଜଣଙ୍କ ଗାଁର ବହାରେ ଏକ ବଡ ବ୍ୟାନର ଟାଙ୍ଗିଛନ୍ତି। ସେଥିରେ ଲେଖିଛନ୍ତି ଯେ, ‘ଆପଣମାନେ ଆମ ଗାଁକୁ ଆସନ୍ତୁ ନାହିଁ, କି ଆମେମାନେ ମଧ୍ୟ ଆପଣଙ୍କ ଗାଁକୁ ଯିବୁନାହିଁ’। ଗାଁର ପ୍ରବେଶ ପଥକୁ ବନ୍ଦ କରିବା ପାଇଁ ଗଛର ବଡ଼ ବଡ ଶାଖା କାଟି ବାଟକୁ ବନ୍ଦ କରାଯାଇଛି। ଗାଁର ପ୍ରବେଶ ପଥରେ ଜଗିବା ପାଇଁ ଗ୍ରାମବାସୀମାନେ ୨୪ ଘଣ୍ଟା ପହରା ଦେଉଛନ୍ତି। କେବଳ ମେଡିକାଲ କେସ୍‌ରେ(ଜରୁରୀକାଳୀନ ପରିସ୍ଥିତିରେ) ପ୍ରବେଶ ପଥକୁ ଖୋଲାଯାଉଛି। ଏପରିକି ଲକ୍‌ଡାଉନ୍‌ ପରେ ହାଇଦ୍ରାବାଦାରୁ ନିଜ ଗାଁକୁ ଆସୁଥିବା ଲୋକଙ୍କୁ ଗ୍ରାମବାସୀମାନେ ପସିବାକୁ ଦେଉନାହାନ୍ତି।

 

You might also like