୩୦୬ କୋଟି ଟଙ୍କାର ମାଲିକ ହେବେ ୧୨୦ ଉତ୍ତରାଧିକାରୀ

ହାଇଦ୍ରାବାଦ: ହାଇଦ୍ରାବାଦରେ ନିଜାମଙ୍କ ସମ୍ପତ୍ତିକୁ ନିଜ ନିଜ ମଧ୍ୟରେ ବାଣ୍ଟିନେବେ ତାଙ୍କର ୧୨୦ ଜଣ ଉତ୍ତରାଧିକାରୀ । ନିଜାମଙ୍କର ମୋଟ ୩୦୬ କୋଟି ଟଙ୍କା ସମ୍ପତ୍ତି ରହିଛି। ଏହି ସମ୍ପତ୍ତି ଉପରେ ନିଜାମଙ୍କ ବଂଶଧର ତଥା ହାଇଦ୍ରାବାଦର ଅଷ୍ଟମ ନିଜାମ ମୁକରମ୍ ଜାହା ଓ ତାଙ୍କ ସାନ ଭାଇ ମୁଫଖମ୍ ଜାହାଙ୍କ ସମେତ ପ୍ରାୟ ୧୨୦ ଜଣ ଦାବିଦାର ବାହାରିଲେଣି।

୧୯୪୮ରେ ତତ୍କାଳୀନ ହାଇଦ୍ରାବାଦ ନିଜାମଙ୍କ ଅର୍ଥମନ୍ତ୍ରୀ ୧୦ ଲକ୍ଷ ପାଉଣ୍ଡ ଲଣ୍ଡନରେ ନିଯୁକ୍ତ ତତ୍କାଳୀନ ପାକିସ୍ତାନ ହାଇକମିଶନଙ୍କୁ ଦେଇଥିଲେ । ଏହି ବିପୁଳ ଧନରାଶିର ମାଲିକାନା ପାଇଁ ୧୯୫୪ରେ ନିଜାମ ସପ୍ତମ ମିର୍ ଓସମାନ ଅଲ୍ଲି ଖାନ ଲଣ୍ଡନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୩ରେ ଏହି ସଂପତ୍ତି ପାଇଁ ଦାବି କରିଥିଲା ପାକିସ୍ତାନ । ଏହାକୁ ଚ୍ୟାଲେଞ୍ଜ କରି ଭାରତ ସରକାରଙ୍କ ସହ ହାତ ମିଳାଇଥିଲେ ନିଜାମଙ୍କ ବଂଶଧର । ଶେଷରେ ଲଣ୍ଡନର ରୟାଲ୍ କୋର୍ଟ ଅଫ୍ ଜଷ୍ଟିସ୍ ଭାରତ ସପକ୍ଷରେ ରାୟ ଦେଇ ଏ ସମସ୍ତ ସମ୍ପତ୍ତି ଭାରତ ଓ ନିଜାମଙ୍କ ଉତ୍ତରାଧିକାରୀଙ୍କର ବୋଲି କହିଛନ୍ତି । ମାମଲା ଜିତି ଥିବାରୁ ଖୁସି ଥିଲେ ମଧ୍ୟ ଏହି ସମ୍ପତ୍ତିର ଭାଗବଣ୍ଟା କିପରି ହେବ ସେ ନେଇ ପ୍ରଶ୍ନ ଉଠିଛି।

କାରଣ ନିଜାମଙ୍କର ଆଉ ଜଣେ ନାତି ତଥା ନିଜାମଙ୍କ ପରିବାର କଲ୍ୟାଣ ସଂଘର ମୁଖ୍ୟ ନଜଫ ଅଲ୍ଲୀ ଖାନ୍‌ଙ୍କ ସହ ୧୨୦ ଜଣ ଉତ୍ତରାଧିକାରୀ ଏହି ସମ୍ପତ୍ତିର ହକ୍‌ଦାର ଅଛନ୍ତି।  ଭାରତ ସରକାର ସରକାର ମଧ୍ୟ ଏହାର ଭାଗ ପାଇପାରନ୍ତି କିନ୍ତୁ କେନ୍ଦ୍ର ସରକାର ଏଥିପାଇଁ ନିଜର ଦାବି ରଖିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ସୂଚନାଥାଉ କି,  ନେଟେଓ୍ୱଷ୍ଟ ବ୍ୟାଙ୍କରେ ହାଇଦ୍ରାବାଦ ଫଣ୍ଡ ନାଁରେ ଥିବା ଏହି ସଂପତ୍ତି ଥିଲା।

ଆହୁରି ପଢ଼ନ୍ତୁ

‘ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ’

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

You might also like