ହାଇଦ୍ରାବାଦ ପୌର ନିର୍ବାଚନରେ ବିଜେପିର ଦମ୍ଦାର ପ୍ରଦର୍ଶନ
ହାଇଦ୍ରାବାଦ: ନିଜାମ ନଗରୀରେ ଗେରୁଆ ବାନା ଉଡ଼ାଇବାରେ ସଫଳ ହୋଇଛି ବିଜେପି। ଗ୍ରେଟର ହାଇଦ୍ରାବାଦ ପୌର ର୍ନିବାଚନରେ ଦଳ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଦଳ। ଗତଥର ପୌର ର୍ନିବାଚନରେ ମାତ୍ର ୪ଟି ଆସନ ଜିତିବାକୁ ସକ୍ଷମ ହୋଇଥିବା ବିଜେପି ଏବେ ୪୯ଟି ଆସନ ହାତେଇଛି।
ତେବେ ପୂର୍ବ ଅପେକ୍ଷା କମ ଆସନ ପାଇଥିଲେ ବି କେସିଆରଙ୍କ ଟିଆରଏସ ପ୍ରଥମ ସ୍ଥାନ ବଜାୟ ରଖିଛି। ର୍ନିବାଚନ ହୋଇଥିବା ୧୫୦ ଆସନରୁ କେସିଆରଙ୍କ ଟିଆରଏସ ୫୬ଟି ଆସନରେ ବାଜିମାତ କରିଛି। ଗତଥର ଏଠାରେ ୯୯ଟି ଆସନରେ ଜିତିଥିଲା ଟିଆରଏସ୍।
Win | Total | ||
---|---|---|---|
TRS | 0 | 56 | 56 |
BJP | 0 | 49 | 49 |
AIMIM | 0 | 43 | 43 |
INC | 0 | 2 | 2 |
TDP | 0 | 0 | 0 |
IND | 0 | 0 | 0 |
OTHERS | 0 |
ଅସାଦୁଦ୍ଦିନ ଓେଓ୍ୱସୀଙ୍କ ଏଆଇଏମଆଇଏ ଏଥର ୪୩ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ସେପଟେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି। ଗତ ଥର ମାତ୍ର ୨ଟି ଆସନ ଜିତିଥିବାବେଳେ ଏଥର ବି ସେହି ସ୍ଥିତିରେ ରହିଛି।