ହାଇଦ୍ରାବାଦ ଯୁବତୀଙ୍କୁ Microsoftରୁ ମିଳିଲା ଚାକିରି ଅଫର, ଦରମା ୨ କୋଟି ଟଙ୍କା

ହାଇଦ୍ରାବାଦ: ମାଇକ୍ରୋସଫ୍ଟ(Microsoft)ରେ ଚାକିରି  ପାଇଁ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ମିଳିଲା କୋଟି ଟଙ୍କା ପ୍ୟାକେଜର ଅଫର। ହାଇଦ୍ରାବାଦର ଜଣେ ଯୁବ ସଫ୍ଟୱେର ଇଞ୍ଜିନିୟର ମଲ୍ଟି ନ୍ୟାସନାଲ ଟେକ କମ୍ପାନୀ ମାଇକ୍ରୋସଫ୍ଟରେ ଚାକିରି ପାଇଛନ୍ତି। ତାଙ୍କର ବାର୍ଷିକ ଦରମା ୨ କୋଟି ଟଙ୍କା। ଦୀପ୍ତି ନାରକୁଟି ମାଇକ୍ରୋସଫ୍ଟରେ ସଫ୍ଟୱେର ଡେଭଲପମେଣ୍ଟ ଇଞ୍ଜିନିୟର(Software Development Engineer), ଗ୍ରେଡ-୨ରେ ଚାକିରି ପାଇଛନ୍ତି।

The Hans India  ରିପୋର୍ଟ ଅନୁସାରେ, ଦୀପ୍ତି ଏବେ ଆମେରିକାର Seattleରେ ଥିବା କମ୍ପାନୀର ମୁଖ୍ୟାଳୟରେ କାର୍ଯ୍ୟ କରିବେ। ସେ ଫ୍ଲରିଡା ବିଶ୍ୱବିଦ୍ୟାଳୟ(University of Florida)ରୁ କମ୍ପ୍ୟୁଟର୍‌ରେ ଏମଏସ୍‌ ହାସଲ କରିଛନ୍ତି ଦୀପ୍ତିଙ୍କ ସମେତ ଆଉ ୩୦୦ ଜଣଙ୍କୁ Microsoft ପକ୍ଷରୁ ଚାକିରି ପ୍ରସ୍ତାବ ଦିଆଯାଇଥିଲା।

ଦୀପ୍ତିଙ୍କ ଏହି ସଫଳତା ପାଇଁ ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ରିପୋର୍ଟ ଅନୁସାରେ, ଦୀପ୍ତି ପୋଷ୍ଟ ଗ୍ରାଜୁଏସନ କରୁଥିବା ସମୟରେ ତାଙ୍କୁ ଅନେକ ବଡ଼ ବଡ଼ କମ୍ପାନୀ ଚାକିରି ଅଫର କରିଥିଲେ ତାଙ୍କ ପାଖକୁ Amazon, Goldman Sachs ଭଳି କମ୍ପାନୀରୁ ଚାକିରି ଅଫର ଆସିଥିଲାମେ’ ୧୭ରୁ ସେ Microsoftରେ କାମ ଆରମ୍ଭ କରିଛନ୍ତି ଏହାପୂର୍ବରୁ ଦୀପ୍ତି JP Morganରେ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ। ଟେକ୍ନୋଲଜିରେ ବ୍ୟାଚଲର ଡିଗ୍ରୀ ଶେଷ କରିବା ପରେ ସେ ଆମେରିକାନ ଇନଭେଷ୍ଟମେଣ୍ଟ ବ୍ୟାଙ୍କରେ କାମ ଆରମ୍ଭ କରିଥିଲେ। ସେ ହାଇଦ୍ରାବାଦର ଓସମାନିଆ କଲେଜ ଅଫ ଇଞ୍ଜିନିୟରିଂ(Osmania College of Engineering in Hyderabad)ରେ ଗ୍ରାଜୁଏସନ କରିଥିଲେ। ତାଙ୍କ ବାପା ହାଇଦ୍ରାବାଦ ପୋଲିସ କମିଶନରେଟ୍‌ରେ ଫରେନ୍ସିକ ଏକ୍ସପର୍ଟ ଭାବେ କାମ କରୁଛନ୍ତି।

JP Morganରେ ୩ ବର୍ଷ କାମ କରିବା ପରେ ଦୀପ୍ତି ଉଚ୍ଚଶିକ୍ଷା ପାଇଁ କମ୍ପାନୀରୁ ଇସ୍ତଫା ଦେଇଥିଲେ। ମାଷ୍ଟର ଡିଗ୍ରୀ କରିବା ପାଇଁ ଫ୍ଲରିଡା ବିଶ୍ୱବିଦ୍ୟାଳୟ ତାଙ୍କୁ ସ୍କଲରାଶିପ୍‌ ଅଫର କରିଥିଲା।

You might also like