ବିନା ଅନୁମତିରେ ବିଶ୍ୱବିଦ୍ୟାଳୟ ଭିତରକୁ ଯିବାରୁ ବିଜେପି ସାସଂଦଙ୍କ ନାମରେ ମାମଲା

ହାଇଦ୍ରାବାଦ: ହାଇଦ୍ରାବାଦ କର୍ତ୍ତୃପକ୍ଷଙ୍କ ଅନୁମତି ନ ନେଇ ଓସମାନିଆ ବିଶ୍ୱବିଦ୍ୟାଳୟକୁ ଯିବା ବିଜେପି ସାଂସଦ ତେଜସ୍ୱୀ ସୂର୍ୟ୍ୟାଙ୍କ ପାଇଁ ମହଙ୍ଗା ପଡ଼ିଛି। ଏ ନେଇ ବିଶ୍ୱବଦ୍ୟାଳୟ କର୍ତ୍ତୃପକ୍ଷ ଅଭିଯୋଗ କରିବା ପରେ  ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ତେଲେଙ୍ଗାନା ଡିଜିପିଙ୍କ କହିବା ଅନୁସାରେ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରେ ପ୍ରବେଶ ନେଇ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ସୂଚନଥାଉ କି, ହାଇଦ୍ରାବାଦରେ ଡିସେମ୍ବର ୧ ରେ ଗ୍ରେଟର ହାଇଦ୍ରାବଦ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନ ହେବ। ଡିସେମ୍ବର ୪ ରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପ୍ରଚାର ପାଇଁ ତେଜସ୍ୱୀ ଆସିଥିଲେ।

ଏହି ଘଟଣା ପରେ ତେଜସ୍ୱୀ ଟ୍ୱିଟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ତେଲଙ୍ଗାନା ଆନ୍ଦୋଳନ ସହୀଦମାନଙ୍କୁ ସମ୍ମାନ ଦେବା ପାଇଁ ଚାହୁଁଥିଲେ। ହେଲେ କେ ଚନ୍ଦ୍ରଶେଖର ରାଓ ସରକାର ତାଙ୍କୁ ଏଥିପାଇଁ ଅନୁମତି ଦେଇ ନ ଥିଲେ। ହଜାର ହଜାର ସାଧାରଣ ଲୋକଙ୍କ ବଳିଦାନ ପାଇଁ  ତୁମେ ଆଜି କ୍ଷମତାରେ ଅଛ । ଅଥଚ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଅନୁମତି ଦେଉନାହଁ। ଦୟାକରି ସେମାନଙ୍କ ବଳିଦନାକୁ ଭୁଲ ନାହିଁ।

 

You might also like