କରୋନା ଚିକିତ୍ସା ପାଇଁ ଡିଆରଡିଓର 2-DG ଔଷଧ ପ୍ରସ୍ତୁତ : ଆସନ୍ତାକାଲି ମିଳିବ ୧୦ ହଜାର ଡୋଜ

ଅକ୍ସିଜେନ ଉପରେ କମିବ ନିର୍ଭରଶୀଳତା

ନୂଆଦିଲ୍ଲୀ : କରୋନା ଭାଇରସ୍ ମୁକାବିଲା ପାଇଁ ଡିଆରଡିଓ ଦ୍ୱାରା ୨-ଡିଜି ଔଷଧ ପ୍ରସ୍ତୁତ କରାଯାଇଛି । ଏହି ଔଷଧର ୧୦ ହଜାର ଡୋଜ୍ ଆଜି କିମ୍ବା ଆସନ୍ତାକାଲି ଠାରୁ ଉପଲବ୍ଧ ହୋଇଯିବ ବୋଲି ଆଶା କରାଯାଉଛି । ଆଗାମୀ ସମୟରେ ଔଷଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ପାଦନ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଡିଆରଡିଓ ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।


ହାଇଦ୍ରାବାଦ ବ୍ୟତୀତ ଅନ୍ୟ କେନ୍ଦ୍ରରେ ୨ ଡିଜି ଔଷଧର ଉତ୍ପାଦନ ଆରମ୍ଭ ହୋଇଯାଇଛି । କରୋନା ରୋଗୀଙ୍କୁ ଆରୋଗ୍ୟ କରିବାରେ ଓ ଅକ୍ସିଜେନ ଉପରେ ନିର୍ଭରତା କମ କରିବାରେ ସାହାଯ୍ୟ କରେ ଏହି ଔଷଧ । ଡିଆରଡିଓର ଜଣେ ଅଧିକାରୀ କହିଛନ୍ତି, ଏହି ଔଷଧ ବ୍ୟବହାର କରିବା ପରେ କରୋନାକୁ ହରାଇବାକୁ ସ୍ୱଳ୍ପ ସମୟ ଲାଗୁଛି ଓ କରୋନା ରୋଗୀ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।

ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ଯେତେବେଳେ କୌଣସି ଭାଇରସ୍ ମଣିଷ ଶରୀର ଭିତରକୁ ପ୍ରବେଶ କରେ, ପ୍ରଥମେ କୋଷକୁ ଧୋକା ଦେଇ ନିଜର ଘର ପ୍ରସ୍ତୁତ କରେ । ସ୍ପଷ୍ଟ ଭାବେ କହିବାକୁ ଗଲେ ନିଜ ସଂଖ୍ୟା ବଢ଼ାଇବାକୁ ଚେଷ୍ଟା କରେ ଭାଇରସ୍ । ଆଉ ଏଥିପାଇଁ ଶରୀରିର ବିଭିନ୍ନ କୋଷରୁ ପ୍ରଚୁର ମାତ୍ରାରେ ପ୍ରୋଟିନ ଶୋଷଣ କରିଥାଏ ଭାଇରସ୍ । ଡିଆରଡିଓ ଦ୍ୱାରା ପ୍ରସ୍ତିତ ହୋଇଥିବା ଏହି ଔଷଧ  ଏକ ସୁଡୋ ଗ୍ଲୁକୋଜ ଅଟେ, ଯାହା ଭାଇରସର ସଂକ୍ରମର କରିବାର କ୍ଷମତାକୁ ରୋକିଥାଏ ।

କିପରି ପ୍ରସ୍ତୁତ ହେଲୋ ୨-ଡିଜି ଔଷଧ ?
ଡିଆରଡିଓର ପରମାଣୁ ଚିକିତ୍ସା ଓ ସମ୍ମନ୍ଧ ବିଜ୍ଞାନ ସଂସ୍ଥାନ, ହାଇଦ୍ରବାଦ ସ୍ଥିତ ରେଡ୍ଡି ଲାବୋରାଟୋରୀ ସହ ମିଳିତ ଭାବେ ଏହି ଔଷଧକୁ ପ୍ରସ୍ତୁତ କରିଛନ୍ତି । ୨-ଡିଜି ଔଷଧର ଉପାଦନ ବହୁତ ସହଜ, ଏଥିପାଇଁ ସହଜରେ ସାରା ଦେଶରେ ଉପଲବ୍ଧ ହୋଇଯିବ ବୋଲି କୁହାଯାଇଛି ।

ଭାରତର ସରକାର ଦ୍ୱାରା ଜାରି ଷ୍ଟେଟମେଣ୍ଟ ଅନୁସାରେ ୨-ଡିଜି ଔଷଧ ଏକ ପାଉଚରେ ପାଉଡ ରୂପର ଉପଲବ୍ଧ ହେଉଛି । ଏହାକୁ ପାଣିରେ ମିଶାଇ ପିଇ ପାରିବେ ସଂକ୍ରମିତ । ଏହି ଔଷଧ ସେବନ ଦ୍ୱାରା ଏହା ଭାଇରସ୍ ପ୍ରଭାବିତ ସେଲରେ ଜମିବା ସହ ଭାଇରସର ସଂକ୍ରମଣ କ୍ଷମତାରେ ବ୍ରେକ ଲଗାଇଥାଏ ।

You might also like