ଗୋଟିଏ ଜୁଇରେ ସାଙ୍ଗ ହୋଇ ଜଳିଲେ ସ୍ୱାମୀ ଓ ସ୍ତ୍ରୀ

ଏକାଠି ବିବାହ କରିଥିଲେ, ଏକାଠି ଦାହ ହେଲେ

  • ଏକାଠି ବିବାହ କରିଥିଲେ, ଏକାଠି ଦାହ ହେଲେ
  • ସାଙ୍ଗ ହୋଇ ଆଖି ବୁଜିଲେ ନବ ଦମ୍ପତ୍ତି

ଭେପାଳ: ମଧ୍ୟପ୍ରଦେଶ ଦୁର୍ଘଟଣା କଥା ଯିଏ ଶୁଣୁଛି ତାହା ଆଖିରୁ ଦୁଇ ବୁନ୍ଦା ଲୁହ ବୋହି ଆସୁଛି। ସତରେ ଏମିତି ଭୟାନକ ଦୁର୍ଘଟଣା ସମ୍ପର୍କରେ ଯିଏ ବି ଶୁଣିବ ତାହା ଆଖି ଲୁହରେ ଓଦା ହୋଇଯିବ। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୫୧ ଜଣଙ୍କ ଜୀବନ ଗଲାଣି। ଆଉ ଏହାରି ମଧ୍ୟରେ ଜଣେ ପତୀ ଓ ପତ୍ନୀଙ୍କ ପ୍ରାଣ ଯାଇଥିବା କଥା ସାମ୍ମାକୁ ମଧ୍ୟ ଆସିଛି। ମିଳିଥିବା ସୂଚନା ଅନୁସାରେ, ୨୦୨୦ ମସିହା ଜୁନ୍‌ ମାସରେ ଉଭୟଙ୍କ ବିବାହ ହୋଇଥିଲା। ଦିନେ ଯେଉଁ ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଜନ୍ମର ପରସ୍ପର ସାଥୀ  ହୋଇଥିଲେ, ଏବେ ଜୁଇରେ ସାଥୀ ହୋଇ ଜଳିଲେ।

ମୃତ୍ୟୁ କେତେବେଳେ, କେଉଁ ମୁହୂର୍ତ୍ତରେ ଆସି ଗ୍ରାସ କରେ ତାହାର ଉତ୍ତର କାହା ପାଖରେ ନାହିଁ। ମଧ୍ୟପ୍ରଦେଶ ସିଧି ଜିଲ୍ଲାର ଅଧିବାସୀ ୨୫ ବର୍ଷିୟା ଅଜୟ ପନିକା ଓ ନିଜର ୨୩ ବର୍ଷିୟା ପତ୍ନୀ ତପସ୍ୟା ଏଏନଏମ ପରୀକ୍ଷା ଦେବା ଲାଗି ଅନ୍ୟ ସହରକୁ ଯାଇଥିଲେ କିନ୍ତୁ ଅଧା ରାସ୍ତାରେ ହିଁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଉଭୟଙ୍କ ଜୀବନ ଚାଲିଗଲା। ଘଟଣା ଏତେ ଭୟଙ୍କର ଥିଲା ଯେ, ମାତ୍ର କେଇ ମୁହୂର୍ତ୍ତରେ ସାରା ରାଜ୍ୟରେ ଖୀପ୍ର ଗତିରେ ବ୍ୟାପିଗଲା ଦୁର୍ଘଟଣାର ଖବର। ପରିବାର ଲୋକ ମଧ୍ୟ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଖୋଜାଖୋଜି କଲେ। ତେବେ ତପସ୍ୟାଙ୍କ ଶବ ପରିବାରକୁ  ଅପରାହ୍ଣ ୩ଟା ବେଳେ ମିଳିଥିବା ବେଳେ ଅଜୟଙ୍କ ଶବ ୫ଟା ବେଳେ ମିଳିଥିଲା। ଆଉ ରାତି ୧୦ଟା ସମୟରେ ଉଭଙ୍କର ପୋଷ୍ଟମୋର୍ଟମ ସରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଗଲା।

ଗାଁରେ ୨ ମରଶରୀର ପହଂଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ପୂରା ପରିବେଶ। ପରିବାର, ପ୍ରିୟଜନ ଓ ସାହି ବନ୍ଧୁ କୁଟୁମ୍ବଙ୍କ ଆଖିରୁ ଝରୁଥିଲା କେବଳ ଲୁହ। କେହି କାହାକୁ ସାନ୍ତ୍ୱନା ଦେବା ପରିସ୍ଥିତିରେ ହିଁ ନଥିଲେ। କିନ୍ତୁ ଦୁଃଖର କଥା ହେଲା ଯେ, ନିଜର ପୁତ୍ର ଓ ପୁତ୍ର ବଧୂଙ୍କ  ଶବ ଶୋଭାଯାତ୍ରାରେ ଅଜୟଙ୍କ ବାପା ସାମିଲ ହୋଇ ପାରିନଥିଲେ। କାରଣ ପରିବାର ପ୍ରତିପୋଷଣ କରିବାକୁ ସେ ଅନେକ ଦିନ ହେଲାଣି ସେ ଗୁଜୁରାଟରେ ବସବାସ କରୁଛନ୍ତି।

ତେଣୁ ଗାଁରେ ପହଂଚିଲା ବେଳକୁ ତାଙ୍କୁ ସର୍ବନିମ୍ନ ୩ ଦିନ ଲାଗିବ ବୋଲି ସେ କହିଥିଲେ, ଆଉ ଏପଟେ ଶବକୁ ୩ ଦିନ ଧରିବା ଅସମ୍ଭବ ବୋଲି ଗାଁ ଲୋକେ କହିଥିଲେ। ତେଣୁ ବାପାଙ୍କ ବିନା ଅନୁପସ୍ଥିତିରେ ପୁଅର ହେଲା ଅନ୍ତିମ ସଂସ୍କାର। ମାତ୍ର ୮ ମାସ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଉ ଏବେ ଏକାଠି ସାଙ୍ଗ ହୋଇ ଆରପାରିକୁ ଚାଲିଗଲେ। ଏଠାରେ ଆମେ କହିରଖୁଛୁ ଯେ, ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗାଁ ଲୋକ ଏକାଠି ଦାହ କରିଥିଲେ। ତେବେ ଏହି ଘଟଣା ଜଣାପଡିବା  ପରେ ସମସ୍ତେ ମର୍ମାହତ ହୋଇଛନ୍ତି।

You might also like