ବିଶ୍ୱାସକୁ ବଜାରରେ ନିଲାମ କରିଦେଲା ପିଶାଚ ସ୍ୱାମୀ, ସାଙ୍ଗ ମାନଙ୍କ ସହ ମିଶି ସ୍ତ୍ରୀକୁ ଗଣଦୁଷ୍କର୍ମ

ରାଜସ୍ଥାନର ଜାଲୋରେ ଘଟିଛି ଘୃଣ୍ୟ ଓ କଳଙ୍କିତ ଘଟଣା

ଜୟପୁର : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଛିଟା। ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ସ୍ୱାମୀ ବିଶ୍ୱାସରେ ବିଷ ଦେଇ ସ୍ତ୍ରୀର ଇଜ୍ଜତକୁ ବଜାରରେ ନିଲାମ କରିଦେଲା। ସବୁଦିନ ପାଇଁ ରକ୍ଷା କରିବାର ଭରସା ଦେଇ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ପିଶାଚ ସ୍ୱାମୀ । ରାଜସ୍ଥାନର ଜାଲୋର କୋତବାଲି ଥାନାରେ ପୀଡ଼ିତାଙ୍କ ମା’ ଅଭିଯୁକ୍ତ ଜ୍ୱାଇଁ ଓ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏଭଳି ଘୃଣ୍ୟ ଓ କଳଙ୍କିତ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସ୍ୱାମୀ ବାହାରେ କାମ କରୁଥିବାରୁ ୩ ଛୁଆକୁ ନେଇ ନିଜ ବାପଘରେ ଜାଲୋରରେ ରହୁଥିଲେ ପୀଡ଼ିତା। ୧୨ ଜାନୁୟାରୀରେ ଅଭିଯୁକ୍ତ ମହିଳାଙ୍କୁ ନେବାପାଇଁ ଆସିଥିଲେ । ଅନେକି ଦିନ ପରେ ସ୍ୱାମୀଙ୍କୁ ଦେଖି ଖୁସି ହୋଇଯାଇଥିଲେ ମହିଳା ଜଣକ । ଖୁସି ଖୁସି କିଛି ଦିନ ସ୍ୱାମୀ ସହ ରହିବା ପାଇଁ ମୋଟରସାଇକେଲରେ ବାହାରି ଯାଇଥିଲେ । ଦାନବ ସ୍ୱାମୀର ଷଡ଼ଯନ୍ତ୍ର ବିଷୟରେ ଜାଣିପାରିନଥିଲା ସରଳ ସ୍ତ୍ରୀ ।

ଘରେ ପହଞ୍ଚିବା ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ଘରେ ପହଞ୍ଚିବା ପରେ ପୀଡ଼ତା ଦେଖନ୍ତି, ଅଭିଯୁକ୍ତଙ୍କ ସାଙ୍ଗମାନେ ମଦ ନିଶାରେ ଚୁର ଅଛନ୍ତି । ପୀଡ଼ିତାଙ୍କୁ ଦେଖି ହଠାତ୍ ସମସ୍ତେ ମିଶି ବଳପୂର୍ବକ ଏକ ଲୁହା କବାଟରେ ବାନ୍ଧି ଦେଇଥିଲେ । ଦାନବଙ୍କ କବଳରୁ ମୁକୁଳି ପାରିନଥିଲେ ପୀଡ଼ିତା । ରକ୍ଷା କର ରକ୍ଷା କର କହି ଚିତ୍କାର କରୁଥିଲେ ବି କାହା କାନରେ ପୀଡ଼ିତାଙ୍କୁ ଆକୁଳ ଚିତ୍କାର ଓ ବିକଳ କାନ୍ଦଣା ପଡ଼ୁନଥିଲା । ଅନେକ କାକୁତି ମିନତି ପରେ  ବି କାହା ମନରେ ଦୟା ଆସିଲାନି । ସ୍ୱାମୀଙ୍କ ସମେତ ଜଣେ ଜଣେ କରି ସମସ୍ତେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ ।

ତେବେ ଘଟଣଶ ପରଦିନ ପୀଡିତାଙ୍କ ବାପାମା’ ଜ୍ୱାଇଁ ଘରେ ପହଞ୍ଚିବା ପରେ ଏ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଆଉ ତା’ପରେ ପୀଡିତାଙ୍କୁ ନେଇ ଥାନାରେ ଅଭିଯୋଗ କରିଥିଲେ।  ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ଥାନାଧିକାରୀ ।  ପୀଡ଼ିତାଙ୍କ ଡାକ୍ତରୀମାଇନା  କରାଯାଇଛି । ଅଭିଯୋଗ ଆଧାରରେ ଦୁଷ୍କର୍ମ ମାମଲା ଦାଏର ହୋଇଛି । ବର୍ତ୍ତମାନ ମହିଳାଙ୍କର ଚିକିତ୍ସା ଚାଲିଥିବା ବେଳେ ଧାରା ୧୬୧ ଆଧାରରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ ହୋଇଛି । ପୋଲିସ ଏକ ସ୍ନତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ଦୋଷୀଙ୍କୁ ଶୀଘ୍ର ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ମହିଳା ସଂଗଠନ ପକ୍ଷରୁ ଦାବି କରାଯାଇଛି।

You might also like