ମୁକେଶ ଆମ୍ବାନୀ ବିଶ୍ୱର ଅଷ୍ଟମ ବିତ୍ତଶାଳୀ ବ୍ୟକ୍ତି

Hurun Global Rich List : ତାଲିକାର ସର୍ବାଗ୍ରେ ଏଲନ୍ ମସ୍କ

ଟେସଲାର ପ୍ରମୁଖ ଏଲନ ମସ୍କ ଦୁନିଆର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି। Hurun Global Rich List 2021 ଅନୁସାରେ ତାଙ୍କର ମୋଟ ସମ୍ପତିର ମୂଲ୍ୟ ୧୯୭ ଆରବ ଡଲାର। ଅନ୍ୟପଟେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ୧୮୯ ଆରବ ଡଲାର ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୧୧୪ ଆରବ ଡଲାର ସହ ଏହି ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି LMVHର ବର୍ଣ୍ଣାଡ ଆରନଲ୍ଟ ।

ଦିନେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବୋଲାଉଥିବା ମାଇକ୍ରୋସପ୍ଟର ମାଲିକ ବିଲ ଗେଟ୍ସ ଏହି ତାଲିକାରେ ୧୧୦ ଡଲାର ସମ୍ପତି ସହ ଚତୁର୍ଥ ଓ ସବୁଠାରୁ ଶୀଘ୍ର ଆରବପତିରେ ସାମିଲ ହୋଇଥିବା ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୧୦୧ ଆରବ ଡଲାର ସହ ପଞ୍ଚମ ସ୍ଥାନରେ ଅଛନ୍ତି। ତେବେ ଏହି ତାଲିକାରେ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ।

ଚଳିତ ବର୍ଷ ତାଙ୍କ ସମ୍ପତି ବୃଦ୍ଧି ପାଇ ମୋଟ ୮୩ ଆରବ ଡଲାରରେ ପହଞ୍ଚିଛି। ଗତ ବର୍ଷ ଅମ୍ବାନୀଙ୍କ ସମ୍ପତି ୪.୮୪ ଲକ୍ଷ କୋଟି ଟଙ୍କା ଥିଲା। ଏହି ସମ୍ପତି ସହ ଅମ୍ବାନୀ କେବଳ ଦେଶର ସବୁଠାରୁ ଧନୀ ବ୍ୟକ୍ତି ନୁହଁ, ଏସିଆର ଦ୍ୱିତୀୟ ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଏସିଆରେ ତାଙ୍କ ଠାରୁ ଅଧିକ ସମ୍ପତି ଜୋଙ୍ଗ ସେନସନଙ୍କ ପାଖରେ ଅଛି। ସେନସନଙ୍କ ନିକଟରେ ପାଖାପାଖି ୮୫ ଆରବ ଡଲାର ଟଙ୍କା ଥିବା ଆକଳନ କରାଯାଉଛି। ଚଳିତ ବର୍ଷ ତାଙ୍କ ସମ୍ପତି ବୃଦ୍ଧି ପାଇ ପାଖାପଖି ୬.୯୦ ଲକ୍ଷ କୋଟିରେ ଟଙ୍କା ଅର୍ଥାତ୍ ୮୩ ଆରବ ଡଲାରରେ ପହଞ୍ଚିଛି।

Hurun Global Rich 2021ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଗୌତମ ଆଡାନୀ (୨.୨୩ ଲକ୍ଷ କୋଟି), ଶିବ ନାଗର ( ୧.୯୪ କୋଟି ଟଙ୍କା), ଲକ୍ଷ୍ମୀ ନିବାସ ମିତ୍ତଲ( ୧.୪୦ ଲକ୍ଷ କୋଟି ଟଙ୍କା) ସିରମ ଇଡ଼ଷ୍ଟିଟ୍ୟୁରର ସାଇରସ ପୁନାୱାଲା  (୧.୩୫ ଲକ୍ଷ କୋଟି), ବ୍ୟାଙ୍କର ଉଦୟ କୋଟକଙ୍କ ସମ୍ପତି( ୧.୮୦ ଲକ୍ଷ କୋଟି) ।

ହୁରୁନର ମଙ୍ଗଳବାର ଜାରି କରିଥିବା ତାଲିକାରେ ୬୮ ଦେଶର ୩୨୨୮ ଜଣ ଆରବପତି ମଧ୍ୟରେ ଅଛନ୍ତି ୨୦୮ ଜଣ ଭାରତୀୟ। କେବଳ ଏତିକି ନୁହେଁ ଏଥିରେ ୧୭୭ ଜଣ ଆରବପତି ଦଶରେ ରହୁଥିବା ବେଳେ ଅନ୍ୟମାନରେ ବିଦେଶରେ ରୁହନ୍ତି। ଭାରତରେ ପ୍ରାୟ ଧନୀ ବ୍ୟକ୍ତି ପାରମ୍ପରିକ ବ୍ୟବସାୟ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି।  ଆମରିକା ଓ ଚୀନରେ ଟେକ୍ନୋକ୍ରାଟ ଅଧିକ ଆରବପତି ତାଲିକାରେ ସାମିଲ ଅଛନ୍ତି।

ଅନ୍ୟପଟେ ଏହି ରିପୋର୍ଟ ଅନୁସାରେ ୧୧୮ ଜଣ ଆରବପତି ନିଜ କଠିନ ପରଶ୍ରମ ବଳରେ ଆଜି ଧନୀ ହୋପାରିଥିବା ବେଳେ ୯୧ ଜଣ ବ୍ୟକ୍ତି ପୈତୃକ ସମ୍ପତି ପାଇଁ ଏହି ତାଲିକାରେ ସାମିଲ ଅଛନ୍ତି।

You might also like