କରୋନା ଲଗାଇ ଦେଲା ଯୁଦ୍ଧ; ରାସ୍ତା ଉପରେ ଲଢିଲେ ଶତାଧିକ ମାଙ୍କଡ
ଥାଇଲାଣ୍ଡ: କରୋନା ପାଇଁ ଲାଗିଗଲା ଯୁଦ୍ଧ। ଯୁଦ୍ଧ ଦେଶ ଦେଶ ଭିତରେ ନୁହେଁ କି ମଣିଷ-ମଣିଷ ଭିତରେ ନୁହେଁ, ଯୁଦ୍ଧ ଚାଲିଛି ମାଙ୍କଡଙ୍କ ମଧ୍ୟରେ। ଶତାଧିକ ମାଙ୍କଡ ପରସ୍ପର ଭିତରେ ଲଢୁଛନ୍ତି। ଲଢିବାର କାରଣ ମଧ୍ୟ ଆହୁରି ରୋଚକ। ସାମାନ୍ୟ ଗୋଟାଏ କଦଳି ପାଇଁ ଶହେରୁ ଅଧିକ ମାଙ୍କଡ ଏମିତି ଲଢୁଥିବାର ଦୃଶ୍ୟ ବାସ୍ତବିକ ଭୟଙ୍କର।
କରୋନା ପାଇଁ ଏବେ ଦେଶ ଦେଶ ମଧ୍ୟରେ ଯେମିତି ବାଡ ପଡ଼ି ଯାଇଛି। ଦେଶ କଥା ଛାଡ଼, ଘରୁ ଲୋକେ ବି ପଦାକୁ ବାହାରିବା ପାଇଁ ଡରୁଛନ୍ତି। ବିିଶେଷ କରି ଥାଇଲାଣ୍ଡରେ କରୋନା ଭୟ ଥିବାରୁ ଏଠାକାର ପରିସ୍ଥିତି ଆହୁରି ଭୟଙ୍କର । ଏପରିକି ଲୋକେ ମନ୍ଦିରକୁ ବି ଆସିବା ଛାଡି ଦେଲେଣି। ଏହି ଭାଇରାଲ ଭିଡ଼ିଓଟି ଥାଇଲାଣ୍ଡର । ଏକ ମନ୍ଦିର ନିକଟର ଦୃଶ୍ୟ ପରି ମନେ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଶତାଧିକ ମାଙ୍କଡ ଗୋଡାଗୋଡି ହେଉଛନ୍ତି। ଅତି ଭୟଙ୍କର ଭାବେ। ସ୍ଥାନୀୟ ଲୋକେ ଏମିତି ଦୃଶ୍ୟ ଦେଖି ଡରି ଯାଇଛନ୍ତି। ଏପରିକି ଅଞ୍ଚଳରେ ଏତେ ମାଙ୍କଡ ଥିବା କଥା ସେମାନେ ଆଜିଯାଏ ଜାଣି ପାରି ନ ଥିଲେ ବୋଲି କହିଛନ୍ତି।
କଥା ହେଲା, ଥାଇଲାଣ୍ଡର ଲାପବୁରି ଜିଲ୍ଲାର ଏହି ମନ୍ଦିରରେ ସବୁବେଳେ ଭକ୍ତଙ୍କ ଭଡି ଥାଏ। ଯେଉଁମାନେଏଠାକୁ ଆସନ୍ତି ମାଙ୍କଡଙ୍କୁ ଖାଇବାକୁ ଦିଅନ୍ତି। ଭକ୍ତଙ୍କ ଗହଳ ଲାଗି ରହୁଥିବାରୁ ମାଙ୍କଡଙ୍କ ଖାଦ୍ୟର ଅଭାବ ରୁହେନି। ହେଲେ କରୋନା ଭୟ ଯୋଗୁ ଲୋକେ ମନ୍ଦିର ଆସୁ ନାହାନ୍ତି। ଫଳରେ ମାଙ୍କଡମାନେ ମଧ୍ୟ ଭୋକିଲାରେ। ଏହି ସମୟରେ ଗୋଟିଏ କଦଳି ଏକ ମାଙ୍କଡ ହାତରେ ପଡ଼ିଗଲା। ମାଙ୍କଡଟି ଯେମିତି କଦଳୀଟି ପାଇଛି, ଧାଇଁବାରେ ଲାଗିଛି। ଆଉ ତା ପଛେ ପଛେ ପୁରା ଟିମ୍ ଦୌଡ଼ୁଛନ୍ତି। ସେତିକି ନୁହେଁ, କଦଳୀଟି ନେବା ପାଇଁପରସ୍ପର ମଧ୍ୟରେ ଯୁଦ୍ଧ ବି ଲାଗି ଯାଇଛି। ଯାହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।
ଦେଖନ୍ତୁ ଭିଡିଓ-
Video Source: Viral Press