ନୂଆ ବର୍ଷ ରାତିରେ ଉନ୍ମତକାଣ୍ଡ; ସକାଳେ ରାସ୍ତାରେ ପଡ଼ିଥିଲେ ଶହ ଶହ ମୃତ ପକ୍ଷୀ

ରୋମ: ଅନେକ ସମୟରେ ମଣିଷ ତାର ସାମାନ୍ୟ ଖୁସୀ ପାଇଁ ପ୍ରତିକ୍ଷଣରେ ପ୍ରକୃତିକୁ ମାରି ଚାଲିଥାଏ। ଯେଉଁ ପ୍ରକୃତିର ପ୍ରଶ୍ୱାସ ତା ଦେହରେ ଜୀବନ ହେଇ ବୋହୁଛି, ସେହି ପ୍ରକୃତିକୁ ଧ୍ୱଂଶ କରିବାକୁ ସେ ତିଳେ ହେଲେ ବି ଚିନ୍ତା କରେ ନାହିଁ। ସତେ ଯେମିତି ଭଗବାନ ମଣିଷକୁ ପ୍ରକୃତିର ରକ୍ଷକ ନୁହେଁ, ଭକ୍ଷକ କରି ସୃଷ୍ଟି କରିଛି। ଏମିତି ଏକ ପ୍ରକୃତିନାଶକ ଦୃଶ୍ୟ ଦେଖିବାକୁ ମିଳିଛି ଇଟାଲୀର ରାଜଧାନୀରେ ରୋମ୍‌ରେ। ଏଠାରେ ପୁଣିଥରେ ମଣିଷର ସୁଖସ୍ୱଛନ୍ଦ ପାଇଁ ବଳି ପଡ଼ିଛି ପ୍ରକୃତି।

ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସନ୍ଧ୍ୟାରେ ମଣିଷ ଯେଉଁ ଉନ୍ମତକାଣ୍ଡ ଘଟଣାଥିଲା ସେଥିରେ ଶହ ଶହ ନିରହ ପକ୍ଷୀଙ୍କର ଜୀବନ ଯାଇଛି। ନୂଆ ବର୍ଷ ରାତି ପାଳନ କରିବା ପାଇଁ ଇଟାଲୀବାସୀ ଖୁସୀରେ ବାଣ ଫୁଟାଇ ଥିଲେ। ଆତସବାଜୀ କରି ନୂଆ ବର୍ଷକୁ ସ୍ୱାଗତ କରିଥିଲେ। ଆଉ ସକାଳ ହେବା ମାତ୍ରେ ଇଟାଲୀ ରାଜପଥରେ ମରିପଡ଼ିଥିଲେ ଶହ ଶହ ପକ୍ଷୀ। ଏନେଇ ଶୁକ୍ରବାର ଇଟାଲୀ ପ୍ରାଣୀ ଅଧିକାର ବିଭାଗ ସୂଚନା ଦେବା ସହିତ ଏହାକୁ ଗଣହତ୍ୟ ବୋଲି କହିଛି।

ରୋମର ମ୍ୟାନ୍ ଷ୍ଟ୍ରେନ୍‌ ଷ୍ଟେସନ୍‌ ରେଳ ଷ୍ଟେସନ ନିକଟ ରାସ୍ତାରେ ଶହ ଶହ ପକ୍ଷୀ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଷ୍ଟାରଲିଙ୍ଗ(ଗୀତ ଗାଉଥିବା ଏକ ପକ୍ଷୀ)। ତେବେ ଏହି ପକ୍ଷୀମାନଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ ଅନ୍ତର୍ଜାତୀ ପ୍ରାଣୀ ସୁରକ୍ଷା ସଂଗଠନ କିନ୍ତୁ ଏଥିପାଇଁ ଆତସବାଜୀକୁ ଦାୟୀ କରିଛି। ବାଣଫୁଟିବା ଯୋଗୁ ପ୍ରବଳ ଶବ୍ଦ ଓ ଗନ୍ଧ ଯୋଗୁ ଏପରି ହୋଇଥାଇପାରେ ବୋଲି ସଂଗଠନ କହିଛି।

ଏନେଇ ସଂଗଠନର ପ୍ରବକ୍ତା ଲୋରେଡାନା ଡିଗ୍ଲିଓ କହିଛନ୍ତି “ ପକ୍ଷୀମାନେ ଭୟରେ ମରିଯାଇଥାଇ ପାରନ୍ତି। ବାଣ ଫୁଟିବା ପରେ ସେମାନେ ଭୟରେ ଇତସ୍ତତ ଉଡ଼ିଥିବେ, ଏବଂ ପରସ୍ପର ସହିତ ଧକ୍କା ହୋଇଥିବେ ଓ ଝରକା କିମ୍ବା ଇଲେକ୍ଟ୍ରିକ ପାୱାର ଲାଇନ୍‌ରେ ବି ଧକ୍କା ଲାଗିଥିବେ। ତେବେ ହୃଦ୍‌ଘାତରେ ଯେ ସେମାନଙ୍କର ମୃତ୍ୟୁ ହୋଇନଥିବ ଏକଥାକୁ ଅସ୍ୱୀକାର କରିହେବନି।” ତେବେ ବାଣ ଫୁଟାଇବା ଦ୍ୱାରା ଅନେକ ସମୟରେ ଜଙ୍ଗଲଯନ୍ତୁ ଓ ଗୃହପାଳିତ ପଶୁପକ୍ଷୀମାନଙ୍କର କ୍ଷତି ହେବା ସହିତ ସେମାନଙ୍କର ଜୀବନ ଯାଉଥିବା ଲକ୍ଷ କରାଯାଉଛି ବୋଲି ଡିଗ୍ଲିଓ କହିଛନ୍ତି।

କରୋନା ପାଇଁ ଇଟାଲୀରେ ନୂଆ ବର୍ଷରେ ବାଣ ଫୁଟାଇବା ଉପରେ ଲୋକ୍ ଲଗାଇଥିଲେ ଇଟୀଲ ସରକାର। ନାଇଟ କର୍ଫ୍ୟୁ ମଧ୍ୟ ଲାଗିଥିଲା। ରାତି ୧୦ ଟା ପରେ କର୍ଫ୍ୟୁ ଲଗାଯାଇଥିଲା। କିନ୍ତୁ ରୋମ୍‌ର ଅନେକ ସ୍ଥାନରେ ଏହି ନିୟମ ଭଙ୍ଗ ହୋଇଥିବା ଦେଖାଯାଇଛି। ଯାହାର ପରିଣତି ଏପରି ହୋଇଥିବା ଅନୁମାନ କରାଯାଉଛି। ଏନେଇ ଇଟାଲୀର OIPA(ଅନ୍ତର୍ଜାତୀୟ ପ୍ରାଣୀ ସୁରକ୍ଷା ସଂଗଠନ) ସାଖା ପକ୍ଷରୁ ବ୍ୟକ୍ତିଗତ ଭାବେ ବାଣଫୁଟାଇବାକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବାକୁ ଦାବି କରାଯାଇଛି। ପ୍ରାଣୀ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ଦାବି କରିଛି ସଂଗଠନ।

ଭାରତରେ ମଧ୍ୟ କରୋନା କଟକଣା ଯୋଗୁ ଜିରୋ ନାଇଟ୍ ସେଲିବ୍ରେସନ ମନା କରାଯାଇଥିଲା। ଏନେଇ ଅନେକ ରାଜ୍ୟରେ ଭିନ୍ନ ଭିନ୍ନ ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା। ସୂଚନା ଥାଉକି, କରୋନାରେ ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଇଟାଲୀର ନାମା ରହିଥିଲା। ଆମେରିକା ପରେ ଇଟାଲୀରେ ସର୍ବାଧିକ ଆକ୍ରାନ୍ତ ଦେଖାଯାଇଥିଲେ। କିନ୍ତୁ ପରେ ଏହି ସଂଖ୍ୟାରେ ଧୀରେ ଧୀରେ ହ୍ରାସପାଇବାର ଦେଖାଯାଇଥିଲା।

 

 

You might also like