ଦୁଇଟି ଭ୍ୟାକ୍ସିନ୍ ପ୍ରସ୍ତୁତ: ହଜାରେ ଲୋକଙ୍କ ଉପରେ ହେବ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍‌ ସଂପର୍କରେ ଆଜି ସବିଶେଷ ସୂଚନା ଦେଇଛନ୍ତି ICMR ଡିଜି ବଳରାମ ଭାର୍ଗବ। କରୋନା ଭ୍ୟାକସିନ ପ୍ରସ୍ତୁତ ପାଇଁ ଭାରତୀୟ ବୈଜ୍ଞାନିକ ଲାଗି ପଡ଼ିଛନ୍ତି। ୨ଟି ଭ୍ୟାକସିନର ମାନବିକ ପରୀକ୍ଷଣ ଆରମ୍ଭ କରାଯାଇଛି। ପ୍ରତି ଭ୍ୟାକ୍ସିନ୍ ପରୀକ୍ଷଣ ପାଇଁ ୧ ହଜାର ଲେଖାଏଁ ସ୍ୱେଚ୍ଛାସେବୀ ମନୋନୀତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଭାର୍ଗବ।

ସେହିଭଳି ବିଦେଶରେ କରୋନା ଭ୍ୟାକ୍ସିନ୍‌ ଆବିଷ୍କାର ନେଇ ସୂଚନା ଦେଇ ସେ କହିଛନ୍ତି, ପ୍ରଥମ ଦେଶ ଭାବେ ରୁଷ ମାନବିକ ପରୀକ୍ଷଣରେ ସଫଳ ହୋଇଛି। ଚୀନ, ଆମେରିକା, ବ୍ରିଟେନ ମଧ୍ୟ ଭ୍ୟାକସିନରେ ଅଗ୍ରଗତି କରୁଛନ୍ତି। ତେବେ ଭ୍ୟାକସିନ ଯେଉଁଠି ବି ଉଦ୍ଭାବନ ହେଉ, ଭାରତର ବଡ଼ ଭୂମିକା ରହିବ।

ତେବେ ଭ୍ୟାକସିନ ଯେଉଁଠି ବି ଉଦ୍ଭାବନ ହେଉ, ଭାରତର ବଡ଼ ଭୂମିକା ରହିବ। ବିଶ୍ୱରେ ଯେତିକି ଭ୍ୟାକସିନ ଆବଶ୍ୟକ ହୁଏ, ତାର ୬୩% ଭାରତ ଯୋଗାଏ ବୋଲି ସେ କହିଛନ୍ତି।

You might also like