ଭଲ ଖବର; ମଣିଷଠାରେ ପରୀକ୍ଷା ହେଲା କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ: କରୋନା ସହ ଲଢିବାକୁ ସମର୍ଥ ବୋଲି କୁହାଯାଉଥିବା ଭ୍ୟାକ୍ସିନର ପ୍ରଥମ ହ୍ୟୁମାନ ଟ୍ରାଏଲ ଲଣ୍ଡନର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି । ଏଲିସା ଗ୍ରାନାଟୋ ନାମକ ଜଣେ ମହିଳାଙ୍କ ଠାରେ ଗତକାଲି ଏହାର ପ୍ରଥମ ପରୀକ୍ଷଣ କରାଯାଇଛି।

ଶାରୀରିକ ରୂପେ ସଂପୂର୍ଣ୍ଣ ସୁସ୍ଥ ଥିବା ପ୍ରାୟ ୮ଶହରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦେହରେ ଏହାର ପରୀକ୍ଷଣ କରାଯିବ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ୱରେ ରିସର୍ଚ୍ଚ ଟିମ୍ ଏହି ଭ୍ୟାକସିନ ପ୍ରସ୍ତୁତ କରିଛନ୍ତି । କୌଣସି ଭ୍ୟାକସିନ୍ ପ୍ରସ୍ତୁତ ଲାଗି ସଧାରଣତଃ ୧୨ରୁ ୧୮ ମାସ ସମୟ ଲାଗିଥାଏ । ତେବେ ୩ ମାସ ସମୟସୀମା ଭିତରେ ପ୍ରଫେସର ସାରା ଓ ତାଙ୍କ ଟିମ ଏହି ଭ୍ୟାକସିନ ପ୍ରସ୍ତୁତ କରିଛନ୍ତି ।

ଆଡେନୋ ଭାଇରାଲ ଭେର ଶ୍ରେଣୀର ଏହି ଭ୍ୟାକ୍ସିନକୁ  ଅସ୍କଫୋର୍ଡର ଜେନର ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଛି । ଯଦି ଏହି ଭ୍ୟାକସିନ ଉପଯୋଗୀ ସାବ୍ୟସ୍ତ ହୁଏ ତେବେ ସେପ୍ଟେମ୍ବର ମାସ ବେଳକୁ ଲକ୍ଷ ଲକ୍ଷ ଡୋଜ୍ ଭ୍ୟାକସିନ୍ ପ୍ରସ୍ତୁତ କରାଯାଇପାରିବ ବୋଲି ବ୍ରିଟେନ୍ ସ୍ୱାସ୍ଥ୍ୟ ସଚିବ ଆଶା ପ୍ରକଟ କରିଛନ୍ତି

 

You might also like