ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠ ପଢ଼ାର ପ୍ରୟାସ ଆରମ୍ଭ କଲା ୟୁଜିସି

ନୂଆଦିଲ୍ଲୀ: ଲକ୍‌ଡାଉନ୍ ବେଳେ କିପରି ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ସେ ନେଇ ପ୍ରୟାସ ଆରମ୍ଭ କରିଛି ୟୁଜିସି। ଏନେଇ ଦେଶର ସବୁ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ୟୁଜିସି ଚେୟାରମ୍ୟାନ୍ ଡିପି ସିଂହ।

ଲକ୍‌ଡାଉନ୍ ସମୟରେ ପିଲାଙ୍କୁ କିପରି ଅନଲାଇନ୍‌ରେ ପାଠପଢ଼ା ହେବ ସେ ନେଇ ରୂପରେଖ ପ୍ରସ୍ତୁତ ଲାଗି କୁଳପତି, ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କଠାରୁ ପରାମର୍ଶ ଲୋଡ଼ିବାକୁ ଚିଠିରେ କୁହାଯାଇଛି।

ଏପ୍ରିଲ ୧୬ ଭିତରେ ନିଜ ପରାମର୍ଶ ଟ୍ୱିଟ୍ ଜରିଆରେ #ଭାରତପଢ଼େ ଅନ୍ଲାଇନ୍ ଲେଖି ୟୁଜିସି ଓ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କଙ୍କୁ ଟ୍ୟାଗ୍ କରିବାକୁ ଚିଠିରେ କୁହାଯାଇଛି। ଏହାଛଡ଼ା bharatpadheeonline.mhrd.gmail.com କୁ ଇମେଲ୍ ବି କରିପାରିବେ ବୋଲି ବି କୁହାଯାଇଛି।

You might also like