ଭୟଙ୍କର ବିସ୍ଫୋରଣରେ ଥରିଲା ବେରୁଟ୍‌: ୭୮ ମୃତ, ୪୦୦୦ରୁ ଅଧିକ ଆହତ

ବେରୁଟ୍‌: ଲେବାନନ୍ ରାଜଧାନୀ ବେରୁଟ୍‌ରେ ଗତକାଲି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ୭୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏବେବି ଅନେକ ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଗତକାଲି ବେରୁଟରେ ଗୋଟିଏ ପରେ ଗୋଟିଏ ଦୁଇଟି ଲଗାତର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳର ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଦୋହଲି ଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବେରୁଟ ବନ୍ଦରର warehouseରେ ଥିବା ୨,୭୫୦ ଟନ୍ ଓଜନର ଆମୋନିୟମ ନାଇଟ୍ରେଟ୍ ହଠାତ୍‌ ବିସ୍ଫୋରଣ ହୋଇଥିଲା। ରାସାୟନିକ ସାର ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଆମୋନିୟମ ନାଇଟ୍ରେଟ୍ ବନ୍ଦରର warehouseରେ ଥିବାବେଳେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଅତ୍ୟଧିକ ଚାପ ଓ ଉତ୍ତାପ ବୃଦ୍ଧି ଯୋଗୁ ହଠାତ୍‌ ଏହା ବିସ୍ଫୋରଣ ଘଟିଥିବା କୁହାଯାଉଛି।

ବିସ୍ଫୋରଣରେ ବନ୍ଦର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ବିସ୍ଫୋରଣରେ ରପ୍ତାନୀ ପାଇଁ ଷ୍ଟକ୍‌ ୟାର୍ଡରେ ଥିବା ହଜାର ହଜାର ଗାଡ଼ି ଏଣେତେଣେ ହୋଇ ପଡ଼ିଛି। ଅନେକ ଗୋଦାମ ମଧ୍ୟ ନଷ୍ଟ ହୋଇଯାଇଛି। ଲେବାନାନ୍‌ର ଗହମ ଷ୍ଟୋର ହାଉସ ପୂରା ଧ୍ୱଂସ ହୋଇଥିବାରୁ ହଜାର ହଜାର ଟନ୍ ଓଜନର ଗହମ ନଷ୍ଟ ହୋଇଯାଇଛି। ଶସ୍ୟ ଭଣ୍ଡାରରେ କାମ କରୁଥିବା ୭ ଜଣ କର୍ମଚାରୀଙ୍କ ପତ୍ତା ମିଳୁ ନ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଜାତିସଂଘ ମହାସଚିବ। ବିସ୍ଫୋରଣରେ ଜାତିସଂଘ ଶାନ୍ତି ଦଳର ଗୋଟିଏ ଜାହାଜ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ବିସ୍ଫୋରଣ ପରେ ଦୁଇ ସପ୍ତାହ ପାଇଁ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି।

ଗତ ୬ ବର୍ଷ ହେଲା ବେଆଇନ୍‌ ଭାବେ ଓ ବିନା ସୁରକ୍ଷା ବ୍ୟବସ୍ଥାରେ ଏହି ଆମୋନିୟମ ନାଇଟ୍ରେଟ warehouseରେ ପଡ଼ି ରହିଥିଲା ବୋଲି ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଟ୍ୱିଟ୍‌ କରି ଏହା କହିଛନ୍ତି। ୧୯୪୭ ମସିହାରେ ଆମେରିକାର ଟେକ୍ସାସ ବନ୍ଦରରେ ୨୩୦୦ ଟନର ଆମୋନିୟମ ନାଇଟ୍ରେଟ ବିସ୍ଫୋରଣ ହୋଇଥିଲା।

ଆହୁରି ପଢ଼ନ୍ତୁ

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

You might also like