• translate
Minati Mishra

ନୂଆଦିଲ୍ଲୀ: ହ୍ରାସ ପାଉଛି କରୋନା ପ୍ରଭାବ। ଦିନକୁ ଦିନ କମିବାରେ ଲାଗିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ରବିବାର ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫୩ ହଜାର ଥିବାବେଳେ ମୃତକଙ୍କ ସଂଖ୍ୟା ୧୪ ଶହ ପାଖାପାଖି ଥିଲା। ଦୀର୍ଘ ଦୁଇ ମାସ ପରେ ସଂକ୍ରମିତଙ୍କ ସଂଖ୍ୟା ଏତେମାତ୍ରାରେ ହ୍ରାସ ପାଇଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛି ୫୩ ହଜାର ୨୫୬ ପଜିଟିଭା ଯାହା ଗତ ଦୁଇ ମାସରେ ଏହା ସର୍ବନିମ୍ନ। ସେହିଭଳି ମୃତ୍ୟୁ ସଂଖ୍ୟା ବି ଦେଶରେ ଖସିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୪୨୨ ଜଣଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇଲେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୮ ହଜାର ୧୩୫କୁ ବୃଦ୍ଧି ପାଇଛି। ଏବେ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଦେଶରେ ଦିନକରେ ୭୮, ୧୯୦ ଜଣଙ୍କର ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ୭, ୦୨,୮୮୭ ରହିଛି। ବର୍ତ୍ତମାନ ସୁଦ୍ଧା ୨, ୮୮, ୪୪, ୧୯୯  ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରଲେଣି। ଆଜି ସୁଦ୍ଧା ୨, ୯୯, ୩୫,୨୨୧ ମାମଲା ସାମ୍ନାକୁ ଆସିଥିବାବେଳଳେ ଆକ୍ଟିଭ କେସ ୨.୪୪ ରହିଛି। ୯୬.୨୭ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ହାର ୧.୨୯ ରହିଛି।

ସେହିପରି ଟିକାକରଣ କଥା ଦେଖିଲେ ଜଣାଯାଏ, ଦେଶରେ ଜୁନ୍‌ ୨୧ ତାରିଖ ସୁଦ୍ଧା ୨୮, ୦୦,୩୬, ୮୯୮ ଡୋଜ୍‌ ଟିକାକରଣ ହୋଇଛି। ଏଥିମଧ୍ୟରୁ ୩୦, ୩୯, ୯୯୬ ଡୋଜ୍‌ କେବଳ ରବିବାର ଦିଆଯାଇଛି।

ଅନ୍ୟପକ୍ଷେ କୋଭିଡକୁ ମାତ୍‌ ଦେବାକୁ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣର ବଡ଼ ଅଭିଯାନ। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ନ୍ୟାସ୍ନାଲ୍ କୋଭିଡ୍ ଭ୍ୟାକ୍ସିନେସନ୍ ପ୍ରୋଗ୍ରାମ୍ ଅଧୀନରେ କ୍ୟାମ୍ପେନ୍ ମୋଡ୍‌ରେ ଆରମ୍ଭ ହୋଇଛି ଟିକାକରଣ ।

ବ୍ଲକ୍ ସ୍ତରରୁ ଟିକାକରଣ କରି ଦୈନିକ ୩ଲକ୍ଷ ଡୋଜ୍ ଦେବାକୁ ବ୍ୟବସ୍ଥା କରିଛି ସ୍ୱାସ୍ଥ୍ୟ ବିଭାଗ। ୫୦ ପ୍ରତିଶତ ଅନ ଲାଇନ୍ ଓ ୫୦ ପ୍ରତିଶତ ଅନ୍ ସାଇଟ୍ ଅର୍ଥାତ୍ ଟିକାକରଣ କେନ୍ଦ୍ରରେ ପଂଜିକରଣ କରି ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ସେହିପରି ଦ୍ୱିତୀୟ ଡୋଜ୍‌ର ସମୟ ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯିବାକୁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।

ଏବେ ରାଜ୍ୟ ପାଖରେ ୧୦ଲକ୍ଷ କୋଭିସିଲଡ୍ ଡୋଜ୍ ଓ ୪ ଲକ୍ଷ କୋଭାକ୍ସିନ ଡୋଜ୍ ଉପଲବ୍ଧ ରହିଛି । ୧୮ ବର୍ଷରୁ ଅଧିକ ଦେଶର ସମସ୍ତ ନାଗରିକଙ୍କୁ କେନ୍ଦ୍ର ମାଗଣାରେ ଟିକା ଯୋଗାଇଦେବ। ଟିକା ପ୍ରସ୍ତୁତକାରୀ କମ୍ପାନୀଙ୍କଠାରୁ କେନ୍ଦ୍ର ୭୫ ପ୍ରତିଶତ ଟିକା କିଣି ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଯୋଗାଇବ।

Other Stories