ଘୁଞ୍ଚିଲା ଜେଇଇ ଏବଂ ନିଟ୍‌ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ଘୁଞ୍ଚିଲା ଜେଇଇ ଏବଂ ନିଟ୍‌ ପରୀକ୍ଷା। ୨ଟି ଯାକ ପ୍ରବେଶିକା ପରୀକ୍ଷାକୁ ସେପ୍ଟେମ୍ବରକୁ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇଇ ମେନ୍ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୭ରେ ହେବ ଜେଇଇ ଆଡଭାନ୍ସ। ସେପଟେ ନିଟ୍ ସେପ୍ଟେମ୍ବର ୧୩ରେ ହେବ ବୋଲି ନିଷ୍ପତ୍ତି ହୋଇଛି।

ନିଟ୍‌ ଓ ଜେଇଇ ପରୀକ୍ଷା କେବେ ହେବ, ସେନେଇ ମାନବ ସମ୍ବଳ ମନ୍ତ୍ରାଳୟ ଏକ କମିଟି ଗଠନ କରିଥିଲା। କରୋନାକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବା ସପକ୍ଷରେ ମତ ରଖିଥିଲା କମିଟି। ତଦନୁଯାୟୀ କେନ୍ଦ୍ର ସରକାର ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବସୂଚୀ ଅନୁଯାୟୀ, ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍‌ ଜୁଲାଇ ୨୬ରେ ହେବାର ଥିଲା। ସେହିପରି ଜେଇଇ ମେନ୍‌ ପରୀକ୍ଷା ଜୁଲାଇ ୧୮ରୁ ୨୩ ଓ ଜେଇଇ ଆଡଭାନ୍ସ ଅଗଷ୍ଟ ୨୮ରେ କରିବାକୁ ସ୍ଥିର କରାଯାଇଥିଲା।

 

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like