ବିଲ୍ ଗେଟ୍ସ ଓ ମେଲିଣ୍ଡାଙ୍କ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଚର୍ଚ୍ଚା : କେଉଁ ଆଧାରରେ ଭାଗ ହେବ ସମ୍ପତ୍ତି ?

  • ଉଭୟ ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇଛନ୍ତି
  • ବିଲ୍ ଗେଟ୍ସଙ୍କର ରହିଛି ପ୍ରାୟ ୧୪୬ ବିଲିୟନ୍ ଡଲାର ସମ୍ପତ୍ତି
  • ସମ୍ପତ୍ତିରୁ କାହା ଭାଗକୁ କେତେ ଆସିବ, ସେନେଇ କଳ୍ପନା ଜଳ୍ପନା

ନ୍ୟୁୟର୍କ: ୬୫ ବର୍ଷୀୟ ବିଲ୍ ଗେଟ୍ସ ଓ ୫୬ ବର୍ଷୀୟା ମେଲିଣ୍ଡା ଗେଟ୍ସ ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନର ଅନ୍ତ ଘଟାଇଛନ୍ତି । ବିଶ୍ୱର ଏହି ଅନ୍ୟତମ ବିତ୍ତଶାଳୀ ଦମ୍ପତି ବିଶ୍ୱର ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ଥିବା ବିଲ୍ ଗେଟ୍ସଙ୍କର ରହିଛି ପ୍ରାୟ ୧୪୬ ବିଲିୟନ୍ ଡଲାର ସମ୍ପତ୍ତି । ତେବେ ସେମାନଙ୍କ ବିବାହ ବିଚ୍ଛେଦ ପରେ ଏହି ସଂପତ୍ତିରୁ କାହା ଭାଗକୁ କେତେ ଆସିବ, ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି ।

ବିଶ୍ୱର ଅନ୍ୟତମ କୁବେର ଦମ୍ପତି ବିଲ୍ ଗେଟ୍ସ ଓ ମେଲିଣ୍ଡାଙ୍କ ବିବାହ ବିଚ୍ଛେଦକୁ ନେଇ ଯେତିକି ଚର୍ଚ୍ଚା, ସେମାନଙ୍କର ସଂପତ୍ତି ଭାଗବଣ୍ଟାକୁ ନେଇ ଜାରି ରହିଛି ସେତିକି ଉତ୍ସୁକତା । କାରଣ ଏହି ଦମ୍ପତିଙ୍କ ପାଖରେ ଅଛି ପ୍ରାୟ ୧୪୬ ବିଲିୟନ୍ ବା ୧୪ ହଜାର ୬ଶହ କୋଟି ଡଲାରର ବିପୁଳ ସମ୍ପତ୍ତି । ୨୭ ବର୍ଷର ଦାମ୍ପତ୍ୟ ଜୀବନକୁ ସେମାନେ ଭାଙ୍ଗିବାକୁ ନିଷ୍ପତ୍ତି ନେଇସାରିଥିବା ବେଳେ, ସେମାନେ ମିଳିତ ଭାବେ ସେମାନେ ହାସଲ କରିଛନ୍ତି ବହୁ ସମ୍ପତ୍ତି ।

ତେଣୁ ବିବାହ ବିଚ୍ଛେଦର ପରିଣାମ ଭାବେ କାହା ପାଖକୁ କେତେ ସମ୍ପତ୍ତି ଯିବ, ସମ୍ପତ୍ତିର ଭାଗବଣ୍ଟା କେଉଁ ଆଧାରରେ ହେବ, ଏସବୁ କଥା ଏବେବି ରହସ୍ୟ ଘେରରେ ରହିଛି । ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏହି କଂପାନୀ ଛାଡ଼ିବା ପରେ, ସେଥିରୁ ଅର୍ଜିତ ଅର୍ଥରେ କାସକେଡ୍ ଇନଭେଷ୍ଟମେଣ୍ଟ ନାମରେ ଏକ ହୋଲ୍ଡିଂ କଂପାନୀ ପ୍ରତିଷ୍ଠା କରିଥିଲେ । ଏଥିରେ ମେଲିଣ୍ଡାଙ୍କର ମଧ୍ୟ ଭାଗ ରହିଛି ।

ସେପଟେ ଏହି ଧନୀ ଦମ୍ପତି ଆମେରିକାର ବୃହତ୍ ଜମି ମାଲିକଙ୍କ ମଧ୍ୟରୁ ଅନ୍ୟତମ । ଓ୍ୱାଶିଂଟନରେ ସେମାନଙ୍କର ୬୬ ହଜାର ବର୍ଗ ଫୁଟର ଏକ ମାନସନ୍ ରହିଛି । କେବଳ ଏତିକି ନୁହେଁ ସେମାନେ ଚଳାଇଥିବା ବିଶ୍ୱର ସର୍ବବୃହତ୍ ଘରୋଇ ଚାରିଟେବଲ୍ ଅନୁଷ୍ଠାନ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଭବିଷ୍ୟତକୁ ନେଇ ମଧ୍ୟ ଆଶଙ୍କା ଉପୁଜିଛି । ଏହି ଚର୍ଚ୍ଚିତ ବିବାହ ବିଚ୍ଛେଦ ପରେ ତେବେ ଉଭୟ ଘୋଷଣା କରିଛନ୍ତି ଯେ, ସେମାନେ ଡିଭୋର୍ସ ପରେ ମଧ୍ୟ ଏହି ଫାଉଣ୍ଡେସନ ସହ ଜଡ଼ିତ ରହିବେ ।

୨ ବର୍ଷ ତଳେ ବିଶ୍ୱର ଅନ୍ୟତମ ଆରବପତି ତଥା ଆ ମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜସ୍ ଓ ପତ୍ନୀ ସ୍କଟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । ସେତେବେଳେ ସେମାନଙ୍କ ସମ୍ପତ୍ତି ୭୫-୨୫ ପ୍ରତିଶତ ହିସାବରେ ଭାଗ ହୋଇଥିଲା । ତେବେ ବିଲ୍ ଗେଟ୍ସ ଓ ମଲିଣ୍ଡା ସଂପତ୍ତି ଭାଗବଣ୍ଟାକୁ ନେଇ କେଉଁଭଳି ନିଷ୍ପତ୍ତି ନେବେ, ତାହା ସମୟ କହିବ । କମ୍ୟୁନିଟି ପ୍ରପଟି ଷ୍ଟେଟ୍ର ଆ ଇନ ଅନୁସାରେ ବିବାହ ପରେ ଅର୍ଜିଥିବା ସମ୍ପତ୍ତି ଉପରେ ଉଭୟଙ୍କର ସମାନ ଅଧିକାର ରହିଛି । ତେବେ ପୈତୃକ ସମ୍ପତ୍ତିକୁ ନେଇ କିଭଳି ନିଷ୍କର୍ଷ ବାହାରିବ ତାହା ବି ଦେଖିବାକୁ ବାକି ରହିଲା ।

You might also like