ଆମେରିକାର ଏହି ନିଷ୍ପତ୍ତିରେ ଭାରତକୁ କ୍ଷତି

ନୂଆଦିଲ୍ଲୀ: ପ୍ରବାସୀଙ୍କ ପାଇଁ ଲାଗୁ ହୋଇଥିବା H-1B, H-2B,J, L ଏବଂ ଅନ୍ୟ ଅସ୍ଥାୟୀ ଅନୁମତି ପତ୍ରକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ଟ୍ରମ୍ପ।

 ଜୁନ୍‌ ୨୪ ତାରିଖ ଠାରୁ ଏହା ଲାଗୁ ହେବ। ଆମେରିକା ନାଗରିକଙ୍କ ପାଇଁ ବଢ଼ୁଥିବା ବେକାରୀ ସମସ୍ୟା ଯୋଗୁ  ଏପରି ନଷ୍ପତ୍ତି ନେଇଥିବା ଟ୍ରମ୍ପ କହିଛନ୍ତି। ୨୦ ମିଲିୟିନ ଆମେରିକୀୟ ଚାକିରି ହରାଇଛନ୍ତି। ସେମାନଙ୍କୁ କାମ ଯୋଗାଇ ଦେବାକୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି।

 

ଟ୍ରମ୍ପଙ୍କର ଏହି ନିଷ୍ପତ୍ତିକୁ ଅନେକ ଆମେରିକୀୟ ଟେକ୍ନୋଲୋଜୀ ଅଭିଜ୍ଞ ସମାଲୋଚନା କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଅର୍ଥନୀତି ଆହୁରି ଦୁର୍ବଳ ହେବା ସହିତ ନୂତନ ଆବିଷ୍କାର କ୍ଷେତ୍ରରେ ପ୍ରତିବନ୍ଧକ ସାଜିବ ବୋଲି ସେମାନେ କହିଛନ୍ତି। ଗୁଗଲ ସିଇଓ ସୁନ୍ଦର ପିଚାଇ , ମାଇକ୍ରୋସଫ୍ଟ ସିଇଏ ସତ୍ୟ ନାଦେଲା ମଧ୍ୟ ଏହି ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

ଟ୍ରମ୍ପଙ୍କର ଏହି ପଦକ୍ଷେପରେ ଆମେରିକାରେ ଥିବା ଭାରତୀୟ ଆଇଟି ସେବା ମଧ୍ୟ ପ୍ରଭାବିତ ହେବ। ବିଦେଶୀ ଆଇଟି କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ H-1Bକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ରଦ୍ଦ କରିବା ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ପାଇଁ ଶକ୍ତ ଧକ୍କା ହୋଇପାରେ।


ଆମେରିକା
H-1Bକୁ ଭିସା ଅଧିକାରରେ ପ୍ରାୟ ୭୦ ପ୍ରତିଶତ ଭାରତୀୟ ଆମେରିକାରେ  ଆଇଟି ଫାର୍ମରେ କାର୍ଯ୍ୟ କରୁଛନ୍ତି। ଏହି ନିଷ୍ପତ୍ତି ପରେ କଲେଜ୍‌ରୁ ପାସ୍‌ଆଉଟ୍‌ ହୋଇଥିବା ନୂଆ ଚାକିରି ଆଶାୟୀ ଭାରତୀୟଙ୍କୁ ଆମେରିକାରେ ଚାକିରି କରିବାକୁ ଅନୁମତି ମିଳିବନି। ଫଳରେ ସେଠାରେ ଥିବା ଭାରତୀୟ ଆଇଟି କମ୍ପାନୀ ଯଥା-ଟିସିଏସ୍‌ ଓ ଇନ୍‌ଫୋସିସ୍‌ ଆଦି କ୍ଷତିଗ୍ରସ୍ତ ହେବେ। ଆଇଟି କମ୍ପାନୀମାନଙ୍କୁ ଅଧିକ ଦରମାରେ କର୍ମଚାରୀ ନିଯୁକ୍ତ କରିବାକୁ ପଡ଼ିବ। ଭାରତରେ ବି ବେରୋଜଗାରୀ ବଢ଼ିବ।

 

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like