ଟିକା ନେବା ପାଇଁ କୋ-ଓ୍ୱିନ୍ ପୋର୍ଟାଲରେ କେମିତି କରିବେ ପଞ୍ଜୀକରଣ ?

  • ପ୍ରଥମେ cowin.gov.in ୱେବସାଇଟକୁ ଖୋଲି, ସେଠାରେ ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ 
  • ରେଜିଷ୍ଟର୍ ବଟନରେ କ୍ଲିକ୍ କରିବା ପରେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ 
  • ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ 
  • ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନରେ କ୍ଲିକ୍ କରନ୍ତୁ 
  • ଏହାପରେ ଟିକା ପଞ୍ଜୀକରଣ ପାଇଁ ଫର୍ମ ଆସିଯିବ 
  • ସେଠାରେ ମଗାଯାଇଥିବା ନାମ ଓ ବୟସ ଆଦି ନିଜ ସଂପର୍କିତ ସମସ୍ତ ବିବରଣୀ ଲେଖନ୍ତୁ ଏବଂ ଫଟୋ ପରିଚୟ ପତ୍ର ଦିଅନ୍ତୁ
  • ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସଂପର୍କରେ ମଧ୍ୟ ସୂଚନା ଦିଅନ୍ତୁ  
  • ଏହାପରେ ତଳେ ଡାହାଣ ପଟେ ଥିବା ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ 
  • ଏଭଳି ଭାବେ ଆପଣ ଟିକା ନେବାକୁ ପଞ୍ଜିକୃତ ହୋଇସାରିବା ପରେ, ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନକୁ ବାଛନ୍ତୁ 
  • ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ପଞ୍ଜୀକରଣ କରିବା ପାଇଁ ଚାହୁଁଛନ୍ତି, ତେବେ ଆଡ୍ ମୋର୍ ବଟନରେ କ୍ଲିକ୍ କରନ୍ତୁ  


ଆଜିଠାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଅନଲାଇନରେ ପଞ୍ଜୀକରଣ ଆରମ୍ଭ ହେଉଛି । ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ କୋଓ୍ୱିନ୍ ପୋର୍ଟାଲ୍ କିମ୍ବା ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ପଞ୍ଜୀକରଣ କରାଯାଇପାରିବ । ସେପଟେ କମିପାରେ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଦର । ପରିବର୍ତ୍ତିତ ନୂଆ ଦର ଘୋଷଣା କରିପାରନ୍ତି  ଏହି ୨ଟି ଟିକାର ନିର୍ମାତା କଂପାନୀ ସେରମ୍ ଇନଷ୍ଟିଚ୍ୟୁଟ  ଓ ଭାରତ ବାୟୋଟେକ୍ । ଯଦିଓ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟିକା ଘୋଷଣା କରିସାରିଛନ୍ତି, ତଥାପି ରାଜ୍ୟ ସରକାରମାନେ ଟିକାର ଚଢ଼ା ଦର ଓ ଦର ତାରତମ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଦେଶ ସଂକଟ ଭିତର ଦେଇ ଗତି କରୁଥିବା ବେଳେ, ଏହା ମୁନାଫା କମାଇବାର ବେଳ ନୁହେଁ ବୋଲି ସମାଲୋଚନା କରିଥିଲେ ବିଭିନ୍ନ ରାଜ୍ୟ ।

ସେହିପରି ମେ’ ପହିଲାରେ ଭାରତକୁ ମିଳିବ ସ୍ପୁଟନିକ୍ -ଭି ଟିକା। ଋଷିଆ ତାର ନିଜସ୍ୱ ଭାକ୍ସିନ ସ୍ପୁଟନିକ ଭି ପ୍ରଥମ ଫେଜ୍ ଭ୍ୟାକସିନ୍ ଭାରତକୁ ଯୋଗାଇ ଦେବ । ଋଷିଆ  ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଜରିଆରେ ଭାରତକୁ ଆସିବ। ଭାରତରେ ଡକ୍ଟର ରେଡ୍ଡୀ ସମେତ କିଛି ଲ୍ୟାବ୍ ଏହାକୁ ବଣ୍ଟନ କରିବ । ସେଠାରେ ପରୀକ୍ଷଣ ପରେ ଏହାକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯିବ । ତେବେ  କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ରାଜ୍ୟକୁ ଦିଆଯିବ ନା ରାଜ୍ୟକୁ ସିଧାସଳଖ ଯୋଗାଯିବ ସେ ନେଇ ନିଷ୍ପତ୍ତି ହେବ ।

 

You might also like